Search
Close this search box.

ପ୍ରଚାର ସମିତି’ର ଜଣେ ସାମ୍ବାଦିକ ଭାବରେ ତାଙ୍କର ପେସାଦାର

0
SHARES
17
VIEWS

୧୯୨୭ ମସିହା ଜାନୁଆରି ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ବରରେ ଜନ୍ମ ହୋଇଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ। ସେ ଥିଲେ ଆମ ରାଜ୍ୟର ଜଣେ ଯୋଗଜନ୍ମା ରାଜନେତା। ଏହା ଛଡ଼ା ସାମ୍ବାଦିକ, ସାହିତ୍ୟିକ, ସ˚ସ୍କୃତ ବିଦ୍ବାନ ଭାବରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ। ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ର ଜଣେ ସାମ୍ବାଦିକ ଭାବରେ ତାଙ୍କର ପେସାଦାର ଜୀବନ ଆରମ୍ଭ ହୋଇଥିଲା। ମାତ୍ର ୨୫ ବର୍ଷ ବୟସରେ ସେ ଇ˚ରେଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍‌ସ’ ଓ ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ସମ୍ପାଦକ ହୋଇଥିଲେ।

ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ରାଜନୀତି ତଥା ସାମାଜିକ-ସାଂସ୍କୃତିକ ଜୀବନକୁ ମଧ୍ୟ ବହୁଳ ଭାବରେ ପ୍ରଭାବିତ କରିଥିଲେ। ରାଜନୀତି ପ୍ରତି ଆକର୍ଷଣ ବଢ଼ିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇ ସେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ୧୯୭୩ରୁ ୧୯୭୫ ଯାଏ ପ୍ରତିରକ୍ଷା ଉପମନ୍ତ୍ରୀ ହୋଇଥିଲେ ଏବଂ ୧୯୭୭ ଯାଏ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୮୦ରେ ସେ କେନ୍ଦ୍ର ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ।

ସେହି ବର୍ଷ ସେ ଓଡ଼ିଶାକୁ ଫେରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜାନକୀବଲ୍ଲଭ ୧୯୮୦ରୁ ୧୯୯୦ ଦୁଇ ପାଳି ଏବଂ ୧୯୯୫ରୁ ୧୯୯୯ ଯାଏ ତୃତୀୟ ପାଳି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ସେ ୨୦୦୯ରୁ ୨୦୧୪ ଯାଏ ଆସାମର ରାଜ୍ୟପାଳ ହୋଇଥିଲେ। ୧୯୬୭ରେ ତାଙ୍କ ସଂପାଦନାରେ ମାସିକ ପତ୍ରିକା ‘ପୌରୁଷ’ର ପ୍ରକାଶନ ଆରମ୍ଭ ହୋଇଥିଲା। ସେ ମହାକାବ୍ୟ ‘ରାମାୟଣ’ ଓ ‘ମହାଭାରତ’ର ପୁନର୍ଲିଖନ ସହିତ ସଂସ୍କୃତ ‘ଶ୍ରୀମଦ୍‌ଭାଗବତ’ର ସଂପୂର୍ଣ୍ଣ ଗଦ୍ୟାନୁବାଦ କରିଥିଲେ। ଭର୍ତ୍ତୃହରିଙ୍କ ‘ବୈରାଗ୍ୟ ଶତକ’ର ଅନୁବାଦ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ବଙ୍କିମ ଉପନ୍ୟାସମାଳାର ଅନୁବାଦ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ତାଙ୍କର କେତେକ ଲୋକପ୍ରିୟ ରଚନା ହେଉଛି ‘ସିନ୍ଧୁ ଉପତ୍ୟକା’, ‘ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ’, ‘ଗୌତମ ବୁଦ୍ଧ’, ‘ସ୍ବପ୍ନ ଓ ସ˚କଳ୍ପ’। ଜାନକୀବଲ୍ଲଭ ୨୦୧୫ ଏପ୍ରିଲ ୨୧ରେ ପରଲୋକ ଗମନ କରିଥିଲେ,ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us