ସ୍ୱଚ୍ଛତା ହିଁ ସେବା ଗତ ୧୪ ସେପ୍ଟେମ୍ବର ରୁ ୨ଅକ୍ଟୋବର ପର୍ଯ୍ଯନ୍ତ ବାଲିଅନ୍ତା ବ୍ଲକ ଅଧୀନରେ ପାଳିତ ହେବାକୁ ଯାଉଥିବା ଯେଉଁଥିରେ ସଫାଈ କର୍ମଚାରି ବାଲିଅନ୍ତାର ବିଭିନ୍ନ ପଞ୍ଚାୟତ ଓ ଗାଁ ରେ କାମ କରୁଛନ୍ତି ତାଙ୍କ ପାଇଁ ବାଳକାଟୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସେଇ ସଫାଈ କର୍ମଚାରୀଙ୍କ ପାଇଁ କିଛି କରିବୁ ଚିନ୍ତାକରି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଇଥିଲା ସରକଣା ଗ୍ରାମ ପଞ୍ଚାୟତରେ ଆଜି ସକାଳ ୧୧ଟା ସମୟରେ ବାଳକାଟୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ତତ୍ବୋବଧାନରେ ଏକ ସ୍ୱାସ୍ଥ୍ୟ ଟିମ ତିଆରି କରାଯାଇଥିଲା ଯେଉଁଥିରେ ଥିଲେ ଆର ବି ଏସ କେ ଟିମ , ସରକଣା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର,ସରକଣା ଉପାସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ, ସିଏଚ୍ଓ କମ୍ଯୁନିଟ୍ ହେଲ୍ଥ ଅଫିସର, ଆଶା ଏବଂ ଅଙ୍ଗନଓ୍ବାଡିକର୍ମୀମାନେ ଉପସ୍ଥିତ ରହି ସେଇମାନେ ନିଃଶୁଳ୍କରେ ୧୧୭ ସଫାଈ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରକ୍ତ, ପରିଶ୍ରା, ରକ୍ତଚାପ, ମଧୁମେୟ ଓ ଅନ୍ୟ ରୋଗଗୁଡିକୁ ଜାଞ୍ଚ କରି ଔଷଧ ବିତରଣ ସହିତ ଉପଯୁକ୍ତ ପରାମର୍ଶ ଦେଇଥିଲେ ଓ ସେଇମାନଙ୍କୁ କହିଥିଲେ ଯେ ଦରକାର ପଡିଲେ ଯେବେ ବାଳକାଟୀ ଗୋଷ୍ଟି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଆବଶ୍ଯକତା ଥିବା ରକ୍ତ,ମଳ ଏବଂ ଅନ୍ଯାନ୍ଯ ପରୀକ୍ଷା କରି ଔଷଧ ନେଇପାରିଇବେ, ନହେଲେ ପାଖ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପାସ୍ୱାସ୍ଥ୍ୟକେନ୍ଦ୍ରରୁ ଉପଯୁକ୍ତ ସୁବିଧା ପାଇପାରିବେ ଏହା ହେଉଛି ବାଳକାଟୀ ଗୋଷ୍ଟି ସ୍ବାସ୍ଥ୍ଯ କେନ୍ଦ୍ରର ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ତରଫରୁ ସମସ୍ତ ରୋଗୀ ତଥା ଜନସାଧାରଣ ମାନଙ୍କ ପାଇଁ ସୂଚନା ଯେ ଯିଏ ଆମ ପରିବେଶ ସଫା ରଖୁଛନ୍ତି ସେ ତାର ସ୍ବାସ୍ଥ୍ଯକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବ ଏବଂ ସେ ନିରୋଗହୋଇ ଅନ୍ଯମାନଙ୍କ ପାଇଁ ଉଦାହରଣ ସାଜିପାରିବ ବୋଲି ଲୋକମାନଙ୍କ ମଧ୍ୟରେ ପରିବେଶକୁ ସଫା ସୁତରା ରଖିବା ନିମନ୍ତେ ଡକ୍ଟର ତ୍ରିପାଠିଙ୍କର ଏକ ସୁନ୍ଦର ପ୍ରୟାସ ଅଟେ ବୋଲି ଅନ୍ଯମାନେ ପରାମର୍ଶ ଦେଇଥିଲେ |