Search
Close this search box.

ଗୁଡ଼ାରୀ ବ୍ଳକ ପ୍ରଶାସନ ତରଫରୁ ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ

0
SHARES
0
VIEWS

ଆଜି ତା: ୧୩-୦୮-୨୦୨୪ ରିଖରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ପ୍ରଶାସନ ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀର ମିଳିତ ସହଯୋଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ “ହରଘର ତ୍ରିରଙ୍ଗା” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପକ୍ଷରୁ ତ୍ରିରଙ୍ଗା ପତାକା ସହ ମଟରସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ଦେଖିବାକୁ ମିଳିଥିଲା । ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ମିଳିତ ଭାବେ ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଧରି ହରଘର ତ୍ରିରଙ୍ଗା ପତାକା କି ଜୟ,ଭାରତ ମାତା କି ଜୟ,ବନ୍ଦେ ମାତରଂ ନାରାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗାନ୍ଧୀ ଛକ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ମହାତ୍ମା ଗାନ୍ଧୀଙ୍କୁ ଜୟ  ଧ୍ବନିରେ ପରିକ୍ରମା କରିବା ସହିତ ମିଶନ ଶକ୍ତି ଭବନ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ପୌର ଅଧ୍ୟକ୍ଷା ସୁଶ୍ରୀ ସରିମିତା ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ଓଡ଼ିଶା ଜିବିକା ମିଶନ ବିପିଏମ ମାନସ ରଞ୍ଜନ ବାରିକ,ବିପିଏ ବିଶିକେଶନ ଲିମା, ବିଏସଏସଓ ଦେବବ୍ରତ ସେଠୀ, ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀ, ସୁପର ଭାଇଜର, କର୍ମଚାରୀ,ବ୍ଳକର ସମସ୍ତ କର୍ମଚାରୀ , ବିପିସି ମିଶନ ଶକ୍ତି କ୍ରାନ୍ତି କୁମାର ପାଢ଼ୀ, ସ୍ବୟଂ ସହାୟିକା ଗୋଷ୍ଠୀ ଏମବିକେ,ସିଆରପି, ପରିଷଦର ସମସ୍ତ କର୍ମଚାରୀ, ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।

    Related News

    Follow Us