Search
Close this search box.

କାନ୍ଥରୁ ଲିଭିନି ଶୁଭବିବାହ ଲେଖା, ହେଲେ ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ

0
SHARES
2
VIEWS

ବାଲେଶ୍ବର ସୋର: କାନ୍ଥରୁ ଲିଭିନି ଶୁଭବିବାହ ଲେଖା, ହେଲେ ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ। ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ।
ଗତ ଜୁନ ୧୪ ତାରିଖରେ ବାଲେଶ୍ବର ଜିଲ୍ଲା କୁପାରୀ ପଞ୍ଚାୟତ ସରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କର ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ତେନ୍ତାଲଗଡ଼ିଆ ଗ୍ରାମର ଜଗନ୍ନାଥ ଦାସଙ୍କ ସହ ବିଭାଘର ହୋଇଥିଲା l ବାହାଘରର କିଛି ଦିନ ଠିକଠାକ୍ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିଲେ, ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହିଥିଲା। ଆଜି ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସୀମାନେ ଝିଅ ପରିବାରକୁ ଖବର ଦେଇଥିଲେ l

ପରିବାର ଲୋକ ଆସିବା ପରେ ସ୍ବାମୀ ଜଗନ୍ନାଥଙ୍କ ସମେତ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଝିଅ ପରିବାର ଲୋକ ଦାବି କରିଛନ୍ତି। ଏନେଇ ଗ୍ରାମରେ ଉତ୍ତେଜନା ଲାଗିରହିଛି।

    Related News

    Follow Us