Search
Close this search box.

ଟାଇକୋଣ୍ଡୋରେ ସୁପ୍ରିୟା ସାମଲଙ୍କୁ ସ୍ୱର୍ଣ୍ଣ

0
SHARES
12
VIEWS

ଯୋଡା, ୨୭ା୬ (ସଂଘର୍ଷ ରମେଶ): କଟକସ୍ଥିତ ବାରାବାଟି ଠାରେ ଆୟୋଜିତ ରାଜ୍ୟ ସ୍ଥରିୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଯୋଡା ପୌରପାଳିକା ଅନ୍ତର୍ଗତ ୯ନଂ ୱାର୍ଡର ସୁପ୍ରିୟା ସାମଲ ସ୍ୱର୍ଣ୍ଣ ପଦକ ହାସଲ କରି ଯୋଡା ପାଇଁ ଗୌରବ ଆଣିଦେଇଛନ୍ତି । ଓଡିଶା ଟାଇକୋଣ୍ଡୋ ଆସୋସିଏସନ୍ର ସହାୟତାରେ କଟକ ଜିଲା ଆମେଚର ଟାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ୮ମ ଅଫିସିଆଲ କଟକ ଜିଲା କିଓରୋଗୀ ଓ ପୁମସେ ଟାଇକୋଣ୍ଡୋ ଚାମ୍ପିଆନସିପ୍ ୨୦୨୪-୨୫ରେ ଏହି ସ୍ୱର୍ଣ୍ଣ ପଦକ ଚଳିତ ମାସ ୨୬ ତାରିଖରେ ସୁପ୍ରିୟାଙ୍କୁ ମିଳିପାରିଛି । ସୁପ୍ରିୟା ପୂର୍ବରୁ ମଧ୍ୟ ୨୦୨୨ରେ ଗୋହାଟି ଠାରେ ଆୟୋଜିତ ଜାତୀୟ ସ୍ଥରିୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୨୦୨୩ରେ ମଧ୍ୟ ଦିଲ୍ଲୀର ନୋଇଡା ଠାରେ ଆୟୋଜିତ ଏହି ଟାଇକୋଣ୍ଡୋ ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କରିପାରିଥିଲେ । ସେ ଅଧୁନା ଭୁବନେଶ୍ୱରସ୍ଥିତ ହାଇଟେକ ବିଦ୍ୟାଳୟରେ +୨ର ଛାତ୍ରୀ ଅଟନ୍ତି । ଏହି ବିଜୟ ପାଇଁ ସମଗ୍ର ଯୋଡାରେ କ୍ରିଡା ପ୍ରେମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ସୁପ୍ରିୟା ଖେଳ ସହିତ ବିଭିନ୍ନ ତର୍କ, ବକ୍ତୃତା, ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ବେସ୍ ସଫଳତା ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଅଂଶଗ୍ରହଣ କରି ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସେ ଏକ ପ୍ରଶଂସା ପତ୍ର ମଧ୍ୟ ନିକଟରେ ଡାକ ଯୋଗେ ପାଇଛନ୍ତି 

    Related News

    Follow Us