ମାଗଣା ସ୍ବାସ୍ଥ୍ୟ ସେବା ଶିବିର
କଲିଙ୍ଗ ନେଟୱର୍କ ଫର୍ ପିପଲ୍ ଲିଭିଙ୍ଗ ଉଇଥ୍ ଏଚ.ଆଈ.ଭି. /ଏଡ୍ସ ସଂସ୍ଥାରେ ଚାଲିଥିବା, ଲିଙ୍କ ୱର୍କର୍ ସ୍କିମ୍ ପ୍ରକଳ୍ପ ଦ୍ବାରା ଏବଂ ଆର୍. ଏଚ. ଟି. ସି. ଟାଙ୍ଗୀ ଏବଂ ଏମ୍ସ, ଭୁବନେଶ୍ୱର ର ମିଳିତ ସହାୟତା ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା । ଏହା ଟାଙ୍ଗୀ ବ୍ଲକ୍ ର ବଡପାରୀ ଗ୍ରାମ ର ଅଙ୍ଗନୱାଡ଼ି ସେଣ୍ଟର୍ ଠାରେ ଆୟୋଜିତ କରାଯାଇଥିଲା । ଏହି ସ୍ବାସ୍ଥ୍ୟ ଶିବିର ରେ ଏଚ.ଆଈ.ଭି. , ଭି.ଡ଼ି.ଆର୍.ଏଲ , ହେପାଟାଇଟିସ- ବି ଏବଂ ସି, ଆର୍.ବି.ଏସ୍ , ରକ୍ତ ଚାପ ପରୀକ୍ଷା ଇତ୍ୟାଦି ରକ୍ତ ପରୀକ୍ଷା ମାନ ମଧ୍ୟ ହୋଇଥିଲା ।୧୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ଏବଂ ବିଭିନ୍ନ ରକ୍ତ ପରୀକ୍ଷା କରିବା ନିମନ୍ତେ , ଏହି ସ୍ବାସ୍ଥ୍ୟ ଶିବିର କୁ ଆସିଥିଲେ ।ଏମ୍ସ ଭୁବନେଶ୍ୱର ରୁ ଆସିଥିବା ଚିକିତ୍ସକ ମାନେ , ଟାଙ୍ଗୀ ମେଡିକାଲ ର କାଉନସିଲର ସୁପ୍ରିୟା ପୃଷ୍ଟୀ ଏବଂ ଏଲ୍. ଦବ୍ଲୁ. ଏସ୍ ର ଡ଼ି.ଆର୍.ପି. ଶଶିକାନ୍ତ ବରାଳ , ଆଶା ଦିଦି ଏବଂ ଅଙ୍ଗନୱାଡ଼ି କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ସେଠାକୁ ସ୍ବାସ୍ଥ୍ୟ ସେବା ଗ୍ରହଣ କରିବାକୁ ଆସିଥିବା ଲୋକ ଙ୍କ ଉପସ୍ଥିତି ରେ କିଛି ସଚେତନତା ବାର୍ତ୍ତା ଲୋକ ମାନଙ୍କୁ ଜଣାଇଥିଲେ ।ଆଇ ସି ଟି ସି କାଉନସିଲର ସୁପ୍ରିୟା ପୃଷ୍ଟୀ ଏଚ.ଆଈ.ଭି. ଏବଂ ଏଡ୍ସ ବିଷୟରେ ଲୋକ ମାନଙ୍କୁ ଜଣାଇଥିଲେ । ଉପସ୍ଥିତ ସମସ୍ତ ଚିକିତ୍ସକ, ଲାବୋଟରୀ ଆସିଷ୍ଟାଣ୍ଟ ଏବଂ ଏଲ୍. ଦବ୍ଲୁ. ଏସ୍ ର ଲିଙ୍କ ୱର୍କର ମାନଙ୍କ ସହଯୋଗ ରେ ଉକ୍ତ ମାଗଣା ସ୍ବାସ୍ଥ୍ୟ ଶିବିର ସଫଳ ରୂପ ନେଇଥିଲା।