ଯୋଡ଼ା : ୦୯/୦୨(ସଂଘର୍ଷ ରମେଶ):ଚକ୍ଷୁ ମଣିଷ ଶରୀରର ଏକ ପ୍ରମୁଖ ଅଙ୍ଗ । ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ଏହାର ଯତ୍ନ ନେବା ଭୁଲି ଯାଇଥାନ୍ତି । ଯାହା ଫଳରେ ଅଳ୍ପ ବୟସରୁ ଲୋକମାନେ ଚଷମା ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି । ଏହାକୁ ନଜରରେ ରଖି ରୁଙ୍ଗଟା ମାଇନ୍ସ ଲିମିଟେଡ଼ର କାରାକୋଲା ପ୍ଲାଣ୍ଟ ପକ୍ଷରୁ ଆଜି ବୁଧବାର କାରାକୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟ, ପରିସରରେ ଏକ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ କାଉନସିଲର ଶ୍ରୀମତୀ ବବି ରାଣୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲୋକ ପ୍ରତିନିଧି ଶ୍ରୀ ଲକ୍ଷ୍ମଣ ମହାନ୍ତ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଏହି ଶିବିରରେ ବିଭିନ୍ନ ବିଭାଗର ତିନି ଜଣ ବିଶେଷଜ୍ଞ ଡାକ୍ତର ଡା. ରୋହନ ହେମରମ, ଡା. ଶାଲିନୀ ଶର୍ମା, ଡା. ଦେବାଶିଷ ଭଞ୍ଜ ତଥା ଚକ୍ଷୁ ବିଭାଗର କର୍ମଚାରୀ କ୍ଷେତ୍ରବାସି ବେହେରା ଓ ସହକର୍ମୀ ମାନେ ଉପସ୍ଥିତ ରହି ଚକ୍ଷୁ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ ଶିବିରରେ କାରାକୋଲା ଓ ଏହାର ଆଖ ପାଖ ଗ୍ରାମରୁ ପ୍ରାୟ ତିନି ସହ ପଚାଶରୁ ଉର୍ଦ୍ଧ୍ବ ଲୋକ ଚକ୍ଷୁ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ସେମାନଙ୍କୁ କମ୍ପାନୀ ପକ୍ଷରୁ ମାଗଣାରେ ଚଷମା ଏବଂ ଔଷଧ ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ରୁଙ୍ଗଟା ମାଇନ୍ସ କାରାକୋଲାର ନିର୍ଦେଶକ ଶ୍ରୀ ପ୍ରଣୟ କୁମାର ଦେଓ, ଅତିରିକ୍ତ ମହା ପ୍ରବନ୍ଧକ ଶ୍ରୀ ସୁରେଶ ମହାପାତ୍ର, ଅତିରିକ୍ତ ମହା ପ୍ରବନ୍ଧକ ଶୈଲେନ୍ଦ୍ର ବାରିକ, ମାନବ ସମ୍ବଳ ମହା ପ୍ରବନ୍ଧକ ଶ୍ରୀ ଆନନ୍ଦ ଚରଣ ସାହୁ, ମହା ପ୍ରବନ୍ଧକ ଶ୍ରୀ ବିଶ୍ଵରଞ୍ଜନ ପାଢୀ, ସୁରକ୍ଷା ଅଧିକାରୀ ଶ୍ରୀ ଦେବରାଜ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମଟି ସୁଶୀଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନିୟ ଗ୍ରାମବାସୀ ମାନଙ୍କର ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି।