ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ତରଫରୁ ସମନ୍ମିତ ଶିଶୁ ବିକାଶ ପ୍ରକଳ୍ପର ସି୍ଡ଼ିପିଓଙ୍କ ସଂଯୋଜନାରେ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରର ମୁଖ୍ଯମେଡିକାଲ ଅଫିସର ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀ ପୋଷଣ ଖାଦ୍ଯ ବିଷୟରେ କହିଥିଲେ ଯେ ମାର ପ୍ରଥମ କ୍ଷୀର ବା କଲୋଷ୍ଟୋମର ଏହା ହେଉଛି ନବଜାତ ଶିଶୁର ପ୍ରଥମଟିକା | ଏହି କ୍ଷୀରକୁ ୨ଦିନ ପର୍ଯ୍ଯନ୍ତ ନବଜାତ ଶିଶୁକୁ ଦେବା ନିତ୍ଯାନ୍ତ ଆବଶ୍ଯକ ଅଟେ | ୬ମାସପରେ ପରେ ନବଜାତଶିଶୁକୁ ତାର ଗ୍ରୋଥପାଇଁ ଆବଶ୍ଯକତା ଥିବା ଖାଦ୍ଯ ଦେବାକୁ ପଡିବ | ମାଣ୍ଡିଆର ମୁଲ୍ଯ ବହୁତ କମଦାମ ହେଲେ ବି କିନ୍ତୁ ଭିଟାମିନ ଅଧିକ ଏଥିରୁ ସ୍ବାଦିଷ୍ଟ ଖାଦ୍ଯ ପ୍ରସ୍ଥୁତ କରାଯାଇ ସେବନ କରିବାଦ୍ବାରା ଗର୍ଭବତୀ ମା’ ଏବଂ ଯେଉଁ ଶିଶୁର ୬ମାସରୁ ଅଧିକ ହୋଇଥିବ ସେହି ଶିଶୁ ମାର କ୍ଷୀର ପାନକରିବା ସହିତ ମାଣ୍ଡିଆରୁ ପ୍ରସ୍ଥୁତ ଖାଦ୍ଯ ରୂପେ ବ୍ଯବହାର କରିପାରିଲେ ତାହାକୁ ପୋଷଣ ବୋଲି କୁହାଯାଇଥାଏ | ସବୁଠୁଗୁରୁତ୍ବପୂର୍ଣ୍ଣ କଥାଯେ ଆମସମାଜରେ ବାଲ୍ଯବିବାହକୁ ରୋକିବା କାରଣ ଝିଅର ୧୮ବର୍ଷପୂର୍ବରୁ ଏବଂ ପୁଅର ୨୧ବର୍ଷପୂର୍ବରୁ ବିବାହନକରିବା ବିବାହ କରିବାଦ୍ବାରା ଉଭୟ ମା ଏବଂ ଛୁଆପ୍ରତି ବିପଦ ରହିଥାଏ | ଶୋଭାଯାତ୍ରା ପରେ ବ୍ଲକ ପରିସରର ସଭାଗୃହ ଠାରେ ଅଙ୍ଗନୱାଡିଙ୍କ ଦ୍ୱାରା ବିଭିନ୍ନ ପୃଷ୍ଟିକର ମାଣ୍ଡିଆରୁ ପ୍ରସ୍ତୁତି ଖାଦ୍ୟ ତଥା ପାଚଲା ଫଳ ଓ କଞ୍ଚା ଫଳ, ପନିପରିବା, ଶାଗ ପଦର୍ଶନୀର ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥିଙ୍କ ଦ୍ୱାରା ଉଦଘାଟନ ହୋଇଥିଲା l ଅତିଥି ମାନେ ପୃଷ୍ଟିକର ଖାଦ୍ୟ ଉପର ଦେଶର ମାନବ ବିକାଶ ସମ୍ବଳ ସାଧନ ସମ୍ପର୍କୀୟ ଆଲୋଚନା ଚକ୍ର ଉପରେ ଆଲୋଚନା କରିଥିଲେ l ପୃଷ୍ଟିକର ଖାଦ୍ୟ ଉପରେ ନିଜ ନିଜ ଅବିଭାଷଣ ରଖିଥିଲେ l ଶେଷରେ ଆମ ବାଳକାଟି ଅଧିନରେ ଉତ୍ତମ ସ୍ବାସ୍ଥ୍ଯବାନଥିବା ଶିଶୁଙ୍କର ମା”ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା |