ଯୋଡା, ୦୨/୦୭(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଟା ଷ୍ଟିଲ ପକ୍ଷରୁ ପରିବେଶ ସନ୍ତୁଳନ ଏବଂ ଜନ ସମାଜ ପାଇଁ ବୃକ୍ଷ ର ଆବଶ୍ୟକତା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଉତ୍ସାହ ସୃଷ୍ଟି କରିବା ପାଇଁ, ଟାଟା ଷ୍ଟିଲ ଯୋଡା ପକ୍ଷରୁ ବନ ମହୋତ୍ସବ ମଙ୍ଗଳବାର ଯୋଡା ଠାରେ ପାଳିତ ହୋଇଛି Iଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ 20 ଜଣ ସାମ୍ବାଦିକ ସାମିଲ ହୋଇ ଆମ୍ବ, ଲେମ୍ବୁ, ପିଜୁଳି, ସପେଟା ଭଳି ଫଳ ଧାରଣକାରୀ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ I ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର, ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷର ଉପାଦେୟତା ଏବଂ ପରିବେଶ ସନ୍ତୁଳନ ରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ I
ବର୍ତ୍ତମାନର ପରିବର୍ତ୍ତନଶୀଳ ଜଳବାୟୁ ପାଇଁ ଗଛ ର ବହୁଳ ଆବଶ୍ୟକତା ରହିଛି ଏବଂ ଏହାକୁ ଆବାଳବୃଦ୍ଧବନିତା ହୃଦୟଙ୍ଗମ କରି ଚାରା ରୋପଣ କରିବା ର ସମୟ ଆସିଛି ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ Iବନ ମହୋତ୍ସବ ପ୍ରତି ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯାଇଥାଏ I ସ୍ଥାନୀୟ ଜନସାଧାରଣଙ୍କୁ ପରିବେଶ ସନ୍ତୁଳନ ପାଇଁ ଗଛ ଲଗାଇବା କାର୍ଯ୍ୟକ୍ରମରେ ସାମିଲ କରିବା ସହ ସଚେତନତା ସ୍ରୁଷ୍ଟି କରାଇବା ହେଉଛି ଏହି ବନ ମହୋତ୍ସବ ର ଉଦ୍ଦେଶ୍ୟ I