ବନ ବିଭାଗ ପକ୍ଷରୁ ଚଢ଼ାଉ , ,ଲକ୍ଷାଧିକ ଟଙ୍କା ର ଶାଳ କାଠ ଜବତ,କାଠ ମାଫିଆ ଫେରାର
ଯୋଡା,୨୩/୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନ ଅନ୍ତର୍ଗତ ଖଣ୍ଡବନ୍ଧ ବୈତରଣୀ ସଂରକ୍ଷିତ ଜଙ୍ଗଲ ଓ ଖେସର। ଜଙ୍ଗଲ ରେ କାଠ ମାଫିଆ ମାନେ ଚୋରା ଚାଲାଣ କରିବାକୁ ରଖିଥିବା ବିପୁଳ ପରିମାଣର ଚୋରା କାଠ କୁ ବନ ବିଭାଗ ଜବତ କରିଛି ।ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଯୋଡା ବନ ପାଳ ତ୍ରିନାଥ ଜେନା ସୂଚନା ଦେଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ,ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରିଥିଲା । କାଠ ମାଫିଆ ମାନେ ଚଢ଼ାଉ ଜାଣି ପ।ରି ସେଠାରୁ ଫେରାର ହୋଇ ଯାଇ ଥିବା ବେଳେ ସେଠାରେ ଠୁଳ ହୋଇଥିବା ବିପୁଳ ପରିମାଣର କାଠ କୁ ବନ ବିଭାଗ ଜବତ କରିଥିଲା ।ଏହି ଜବତ କାଠ ମଧ୍ୟରେ ବିପୁଳ ପରିମାଣ ର ଶାଳ ଗଛ ସହିତ ଧଉର।, ଜାମୁ, ଅସନ ଗଛ ରହି ଥିବା ବନ ବିଭାଗ ସୂଚନା ଦେଇଛି ।କାଠ ଗୁଡ଼ିକୁ ମାଫିଆ ମାନେ କାଟି ଜଙ୍ଗଲ ମଧ୍ୟରେ ଚୋର । ଚାଲାଣ କରିବା ପାଇଁ ଠୁଳ କରି ରଖିଥିଲେ ।ବନ ବିଭାଗ ର କର୍ମଚାରୀ ମାନେ ଜଙ୍ଗଲ ତଦାରଖ କରୁଥିବା ସମୟରେ କାଠ ମାଫିଆ ମାନଙ୍କ ର ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ଜାଣି ପାରି ଏହି ଚଢ଼ାଉ କରିଥିଲା ।ଯୋଡା ବନ ପାଳ ତ୍ରିନାଥ ଜେନ।, ଜୁରୁଡ଼ି ବନରକ୍ଷୀ ସୁରଜ୍ କୁମାର ଦାସ ,ବନ ସ୍କ୍ୱାର୍ଡ ଙ୍କ ସହିତ ଏହି ଚଢ଼ାଉ କରିଥିବା ଯୋଡା ବନ ପାଳ ତ୍ରିନାଥ ଜେନା ସୂଚନା ଦେଇଛନ୍ତି ।