ମଲ୍ଟି ସର୍କିଟ ସର୍ଭିସ୍ ଟ୍ରାନ୍ସମିଶନ ଲାଇନ୍ ର ସମ୍ଭାବନା ନେଇ ବନ ବିଭାଗ, ବିଦ୍ୟୁତ୍ ବିଭାଗ ଏବଂ ଖଣି କମ୍ପାନୀ ମଧ୍ୟରେ ସମନ୍ଵୟ ବୈଠକ ଯୋଡ଼ା,୫/୪(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବିଲେଇ ପଦା ଠାରେ ପୃଥକ୍ ଭାବରେ ବିଦ୍ୟୁତ୍ ଟ୍ରାନ୍ସମିଶନ ଲାଇନ୍ ନନେଇ କିପରି ମଲ୍ଟି ସର୍କିଟ ସର୍ଭିସ୍ ଟ୍ରାନ୍ସମିଶନ ଲାଇନର ଉପଯୋଗ ନେଇ ଶୁକ୍ରବାର ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରସିସିଏଫ୍ ରାଉରକେଲା ପି ରାମ ସ୍ଵାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ୍ , ବଣେଇ ଡିଏଫ୍ ଓ ଲଳିତ ପାତ୍ର, ଏ ସି ଏଫ୍ ଅଶୋକ ଦାସ ଓ ଜିତେନ୍ଦ୍ର ବେହେରା,ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆ, ବଡବିଲ ରେଞ୍ଜର ରଞ୍ଜନ କାର୍ଲୋ, ବିଲେଇପଦା ଫରେଷ୍ଟର ମୋହିନୀ ମହାନ୍ତ,ଓପିଟିସିଏଲ୍, ପାୱାର ଗ୍ରୀଡ, ଟାଟା ପାୱାରର ଅଧିକାରୀଙ୍କ ସମେତ ଯୋଡ଼ା ଏବଂ କୋଇଡ଼ା ଖଣି କ୍ଷେତ୍ରର ରୁଙ୍ଗଟା ମାଇନସ, ଜେଏସ ଡବ୍ଲୁ ଷ୍ଟିଲ, ଟାଟାଷ୍ଟିଲ ମାଇନସ ଡିଭିଜନ, ନାର୍ଭେରାମ ପାୱାର, ଆର୍ସେଲର ମିତ୍ତଲ, ଜେଏସପିଏଲ, ଓଏମସି, ତ୍ରିବେଣୀ ଆର୍ଥ ମୁଭର୍ସ, କ।ଶଭି ଖଣି, ଶ୍ରୀ ମେଟାଲିକସ ଓ ଏମ ଏସ୍ ପି କେନ୍ଦୁଝର ଭଳି ୧୧ ଟି ଖଣି କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ । ଖଣି ଅଞ୍ଚଳରେ ଯେଉଁ କମ୍ପାନୀ ଗୁଡ଼ିକ ସିଙ୍ଗଲ୍ ଟ୍ରାନ୍ସମିଶନ ଲାଇନ୍ ବ୍ୟବହାର କରୁଛନ୍ତି ସେମାନେ କିପରି ମଲ୍ଟି ସର୍କିଟ ସର୍ଭିସ୍ ଟ୍ରାନ୍ସମିଶନ ଲାଇନର ବ୍ୟବହାର କରି ପାରିବେ, ଏ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବିଶେଷ କରି ଜଙ୍ଗଲ ଦେଇ ଯାଇଥିବା ଟ୍ରାନ୍ସମିଶନ ଲାଇନ୍ ଗୁଡିକୁ ପ୍ରାଥମିକତା ଦେଇ ଏହି ମଲ୍ଟି ସର୍କିଟ ସର୍ଭିସ୍ ଟ୍ରାନ୍ସମିଶନ ଲାଇନର ସମ୍ଭାବନାକୁ ଆପଣାଇବା ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ମଲ୍ଟି ସର୍କିଟ ସର୍ଭିସ୍ ଟ୍ରାନ୍ସମିଶନ ର ଆବଶ୍ୟକତା ଅନୁଯାୟୀ ଏକ ଯୋଜନା ପ୍ରସ୍ତୁତ କରି ପୃଥକ୍ ଭାବେ ଟ୍ରାନ୍ସମିଶନ ଲାଇନ୍ ନ ନେଇ ଗୋଟିଏ ଟାୱାର ରେ ହିଁ ଏକାଧିକ ମଲ୍ଟି ସର୍କିଟ ସର୍ଭିସ୍ ଟ୍ରାନ୍ସମିଶନ ଲାଇନ୍ ନେଲେ ଆଉ ଅଲଗା ଅଲଗା ଟାୱାର କରିବାକୁ ପଡ଼ିବ ନାହିଁ । ଯାହାଦ୍ଵାରା ବନ୍ୟପ୍ରାଣୀ ସୁରକ୍ଷିତ ରହିବା ସହ ଜଂଗଲର ସଂରକ୍ଷଣ ହୋଇପାରିବ ବୋଲି କେନ୍ଦୁଝର ଡିଏଫ୍ ଓ କହି ଥିଲେ । ଏହି ମଲ୍ଟି ସର୍କିଟ ସର୍ଭିସ୍ ଟ୍ରାନ୍ସମିଶନ ଲାଇନ୍ ପାଇଁ କିଛି କମ୍ପାନୀ ମଧ୍ୟ ସହମତି ପ୍ରଦାନ କରିଥିବା ସେ କହିଥିଲେ ।