Search
Close this search box.

ସୋରଡା ବ୍ଳକ ଅଧିନରେ ପାଞ୍ଚୋଟି ପଞ୍ଚାୟତ ବାସୀଙ୍କୁ ବିସ୍ଥାପିତ ଓ ଜମି ପଟା ପ୍ରଦାନ

0
SHARES
8
VIEWS

ସୋରଡ଼ା ଅଞ୍ଚଳରେ ଜଳ ଭଣ୍ଡାର 1896ରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ପ୍ରଚେଷ୍ଟାରେ ପ୍ରାୟ 4362 ଏକର ପରିମିତ ଜମିରେ ପାଞ୍ଚୋଟି ପଞ୍ଚାୟତ ବାସୀଙ୍କ ବିସ୍ଥାପିତ ଓ ଜମି ପ୍ରଦାନ କ୍ରମେ ତିଆରି ହୋଇଥିଲା।କିନ୍ତୁ ଏହି ଜଳ ଭଣ୍ଡାରଟି ମାତ୍ର 4362 ଏକର ଜମିରେ ଜଳ ଭଣ୍ଡାରର ବିସ୍ତାର ରୂପରେଖ ଅଛି।ଏଣୁ ଆଜି 2751 ଏକର ଜମିକୁ ବର୍ତ୍ତମାନ ପ୍ରଦାନ କରିଛନ୍ତି ଓ ଅବଶିଷ୍ଟ ବଳକା ଜମିରେ ସନ୍ଧି ଗୁଣ୍ଡୁରିବାଡ଼ି,ସରାବାଡି,ତକରଡ଼ା, ଅମୃତୁଲୁ, ଖିଲବାଡୀ,ବୁଗୁଡା,ବାଲିଘାଇ, ବୋରସିଂ, ହୁକୁମା ଭଳି ରିଜରବାଡ଼ି ଭାବେ ନିଜ ମାଲିକାନା ନ ଥାଇ ମଧ୍ୟ ଚାଷ ବାସ କରି ପରିବାର ପ୍ରତିପୋଷଣ କରନ୍ତି।ଯାହାକି ବହୁ ସମୟରେ ବିସ୍ଥାପିତର ଦୁଃଖକୁ ଜାବୁଡି ଧରି ଏହି ଅବଶିଷ୍ଟ ଜମି ମାଲିକାନାର ହକ ପାଇଁ ସଂଗ୍ରାମ ଜାରି ରକ୍ଷୀଥିଲେ। କିନ୍ତୁ ବର୍ତ୍ତମାନର ସରକାର ଜଙ୍ଗଲ ଜମି ଠାରୁ ଆରମ୍ବ କରି ଜାଗା ମିଶନ ଯୋଜନା କାର୍ଯ୍ୟକାରି କରି ଭୂମି ହୀନ ଲୋକଙ୍କ ନିଜ ଅଧିକାର ଦେଉଥିବା ବେଳେ ଆଜି 1363 ଏକର ଜମିଗୁଡିକର ମଧ୍ୟ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।ଯାହାକି ଏହି ଜଳ ଭଣ୍ଡାର ନିମନ୍ତେ ଆବଶ୍ୟକ ଆନିକଟ,ବ୍ୟରେଜ, ପଙ୍କ ଉଧାର ରାସ୍ତା ଆଦି ନିମନ୍ତେ ଆବଶ୍ୟକ ଜମିକୁ ନିଯୁକ୍ତ କରାଯାଇ ଅବଶିଷ୍ଟ ଅଂଶକୁ ରାଜସ୍ବ ବିଭାଗ ଜରିଆରେ ପର୍ଯ୍ୟାୟକ୍ରମେ ମାଲିକାନା ସତ୍ୱ ଅନୁସାରେ ଦିଆଯିବା ନେଇ ଆକଳନ କରାଯାଇ ଏହି ତହସିଲର 18 ଟି ମୌଜାର 22 ଖଣ୍ଡ ଗ୍ରାମର 962ଟି ଘରବାରୀ ଓ 700ରୁ ଉର୍ଦ୍ଧ୍ବ ଚାଷବାସ ପାଇଁ 1762 ଜଣଙ୍କୁ ପଟ୍ଟା ଯୋଗାଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ଆଜି ସନ୍ଧ୍ୟାରେ ବେତାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନଙ୍କଶହ ଯୋଡି ହୋଇ ସୋରଡ଼ା ମିନି ଷ୍ଟାଡିଅମଠାରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ,ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଦି ଉପସ୍ଥିତିରେ ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।ଏହି ପରିପ୍ରେକ୍ଷୀରେ ବିଧାୟକ ଆଜି ମାଣବସା ଗୁରୁବାରପରି ଦିନରେ ଭୁ ଲକ୍ଷ୍ମୀ ଭଳି ଜମି ପଟ୍ଟା ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ ପ୍ରଦାନ ସହିତ ଅଞ୍ଚଳ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି 5ଟି ଅଧ୍ୟକ୍ଷଙ୍କ ଦ୍ଵାରା ତ୍ୱରିତ ପଦକ୍ଷେପରେ ଅଞ୍ଚଳଙ୍କୁ ଅନନ୍ୟ ବ୍ୟୟ ସାଧନ ଦ୍ଵାରା ରୂପାନ୍ତରର କାର୍ଯ୍ୟଧାରା ନେଇ ଧନ୍ୟବାଦ ଅର୍ପଣ କରିଥିଲେ।ଅନୁରୂପ ଭାବେ ସାଂସଦ ମହିଳାଙ୍କୁ ସଶକ୍ତ କରିବା କଥା କହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।ଅତିଶୀଘ୍ର ଅବଶିଷ୍ଟ 1000ରୁ ଉର୍ଦ୍ଧ୍ବ ପଟା ହିତାଧିକାରୀଙ୍କୁ ଯୋଗାଇବା 5ଟି ଅଧ୍ୟକ୍ଷ କହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ ଉପସ୍ଥିତ ଜନସାଧାରଣଙ୍କୁ ବିମୋହିତ କରିଥିବା ବେଳେ ହୁଳହୁଳି ଓ କରତାଲି ଦେଇ ଆଶୀର୍ବାଦର ବର୍ଷା କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରଶାସନ ଆୟୋଜନ କରିଥିବା ବେଳେ ଦକ୍ଷିଣାଞ୍ଚଳ ଆର ଡ଼ି ସି ଟି ଆଓ, ଏ ଡ଼ି ଏମ୍ ଦେବ ବ୍ରତ ସାହୁ ,ବି ଏମ୍ ସି କମିଶନର ଯେ ସୋନାଲ, ଉପ ଜିଲ୍ଲାପାଳ ଭଞ୍ଜନଗର ଅନିଲ କୁମାର ସେଠୀ, ଗୋଷ୍ଠୀ ଉର୍ଣ୍ଣାୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା ଆଦିଙ୍କ ସହିତ ବେଳଗୁଣ୍ଠା ଏନ୍ ଏ ସି ଅଧ୍ୟକ୍ଷ ଫିରୋଜ ସେଠୀ,ସୋରଦା ଏନ୍ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାଙ୍କୁଡ଼,ରାମ ଶବର, ସମରେନ୍ଦ୍ର କୁମାର ସାହୁଙ୍କ ସହିତ ଆସ୍କା ଚିନି ଶିଳ୍ପ ନିଗମ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା, ଆସ୍କା ସମବାୟ ବ୍ୟାଙ୍କ ସୋରଡ଼ା ନିର୍ଦ୍ଦେଶକ ବସନ୍ତ କୁମାର ସ୍ୱାଇଁ ଆଦିଙ୍କ ସହିତ ସମସ୍ତ ସରପଞ୍ଚ ସମିତି ସଭ୍ୟ ତଥା ତହସିଲ ଓ ବ୍ଲକର ସମସ୍ତ କର୍ମଚାରୀ ହଜାର ହଜାର ମହିଳା ଓ ହିତାଧିକାରୀ ଉପସ୍ଥିତ ରହିଥିଲେ।

    Related News

    Follow Us