ଯୋଡା, ୨୯ା୪ (ସଂଘର୍ଷ ରମେଶ)ଯୋଡା ଠାରେ ଥିବା ସାରେଗାମା ମୁ୍ୟଜିକ ଏଣ୍ଡ ଡ୍ୟାନ୍ସ ଏକାଡେମିର ପ୍ରଥମ ବାର୍ଷିକ ଉତ୍ସବ ଯୋଡା ଇଷ୍ଟ ଦୂର୍ଗା ମଣ୍ଡପ ନିକଟରେ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଏଥିରେ ଯୋଡା ତଥା ଆଖପାଖ ଅଞ୍ଚଳର ଅନେକ ଶିଶୁ ପ୍ରତିଯୋଗୀ ଯୋଗଦେଇଥିବା ବେଳେ ସେମାନଙ୍କୁ ଏକାଡେମି ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ପ୍ରିଶିକ୍ଷଣ ଦେଉଥିବା ଗୁରୁମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ଏକାଡେମିଟି ୧ ବର୍ଷ ଧରି କଳା, ସଂସ୍କୃତି, ପାରମ୍ପରିକ ବାଦ୍ୟ , ନୃତ୍ୟ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ଖଣି ଅଞ୍ଚଳରେ ପରିଗଣିତ ହେଉଥିବା ବେଳେ ଏଥିରେ ଅନେକ ଶିଶୁ କଳା କ୍ଷେତ୍ରରେ ଉପକୃତ ହୋଇପାରିଥିବା ବେଳେ ଏହାର ପ୍ରତିଷ୍ଠାତା ଶ୍ରୀମତୀ ଜେନା ତାଙ୍କର ବକ୍ତବ୍ୟରେ କହିଛନ୍ତି । କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବେ ଯୋଡା ଟାଟା ଷ୍ଟିଲ ମୁଖ୍ୟ ରାଜେଶ କୁମାର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଟାଟା ଷ୍ଟିଲ କଳମଙ୍ଗ ମୁଖ୍ୟ ଦୀପକ ବେହେରା ଓ ଯୋଡା ଅଞ୍ଚଳର ବରିଷ୍ଠ ଶିଳ୍ପପତୀ ବିନୋଦ ପଟ୍ଟନାୟକ ଯୋଗଦେଇ ଏହି ଅନୁଷ୍ଠାନର ଉତ୍ତରୋତର ଉନ୍ନତୀ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମଟିରେ ଶିଶୁ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକରମ ଅନୁଷ୍ଠିତ ହୋଇଥିଲା । ସୁଭଶ୍ରୀ ଜେନା ଓ ଜୟଶ୍ରୀ ଜେନା ଏହି କାର୍ଯ୍ୟକ୍ରମଟିରେ ସହଯୋଗ କରିଥିଲେ ।