Search
Close this search box.

ଟାଟା ଷ୍ଟିଲ୍ ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ

0
SHARES
91
VIEWS

କଳମଙ୍ଗ ଓ ଗନ୍ଧଲପଦା ଅଞ୍ଚଳର ୩୦ ଜଣ ଯୁବତୀ ଙ୍କ ଅଂଶଗ୍ରହଣ

ଯୋଡା, ୨୦, ୨୦୨୪:(ସଂଘର୍ଷ ରମେଶ) ଟାଟା ଷ୍ଟିଲ୍ ପକ୍ଷରୁ ସେଣ୍ଟ ଜନ୍ ଆମ୍ବୁଲାନ୍ସର ଓଡ଼ିଶା ୟୁନିଟ୍ ସହଯୋଗିତାରେ ନିକଟରେ
ଗନ୍ଧଲପଦା ଗୋଷ୍ଠୀ କେନ୍ଦ୍ରରେ ଏକ ତିନିଦିନିଆ ପ୍ରାଥମିକ ଚିକିତ୍ସା (ଫାଷ୍ଟ ଏଡ୍‌) ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳମଙ୍ଗ ଓ ଗନ୍ଧଲପଦା ଅଞ୍ଚଳର ୩୦ ଜଣ ଯୁବତୀ ଭାଗ ନେଇଥିଲେ। ଜୀବନ ରକ୍ଷାକାରୀ କୌଶଳରେ ଉନ୍ନତି ଆଣିବା ଏବଂ ଖଣିରେ କାର୍ଯ୍ୟ କରିବା ବେଳେ ପ୍ରାଥମିକ ଚିକିତ୍ସା ବିଷୟରେ ଅବଗତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ଅଡିଓ-ଭିଜୁଆଲ୍ ସହାୟତା ଓ ପ୍ରାକ୍ଟିକାଲ ଡେମନଷ୍ଟ୍ରେସନ ଜରିଆରେ ତାଲିମ ଦିଆଯାଇଥିଲା। ସିପିଆର (ହୃଦ ସ୍ପନ୍ଦନ ବୃଦ୍ଧିକIରି ପ୍ରକ୍ରିୟା), ବ୍ୟାଣ୍ଡେଜ ଓ ଗୁରୁତର ରୋଗୀଙ୍କ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ଚିକିତ୍ସା ବିଷୟରେ ଭାଗନେଇଥିବା ଯୁବତୀ ମାନଙ୍କୁ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରଶିକ୍ଷାର୍ଥୀମାନେ ପୂର୍ବରୁ ଲଘୁ ମୋଟର ଯାନ (ଏଲ୍‌ଏମ୍‌ଭି) ତାଲିମ ଶେଷ କରିଥିବା ବେଳେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଦିସା ତାଲିମ ମଧ୍ୟ ଗ୍ରହଣ କରିଛନ୍ତି।

ସେଣ୍ଟ ଜନ ଆମ୍ବୁଲାନ୍ସ ସହ ଜଡ଼ିତ ଥିବା ଟାଟା ଷ୍ଟିଲ୍‌ର ସଞ୍ଜୟ ମହାନ୍ତି ଓ ସୁପିଲ କୁମାର ଏହି ତାଲିମ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଏବଂ ଭେଙ୍କଟ ରାଓ ଓ ଡ. ଯଶୋବନ୍ତ ଜେନା ପ୍ରଶିକ୍ଷାର୍ଥୀମାନଙ୍କ ମୂଲ୍ୟାଙ୍କନ କରିଥିଲେ।

କାର୍ଯ୍ୟକ୍ରମର ଶେଷରେ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ୍ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅତିଥି ଭାବେ କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରାଙ୍କ ସମେତ ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାୟକ, ଗୁଆଳି ଗ୍ରାମ ପଞ୍ଚାୟତର ସରପଞ୍ଚ ବିଦ୍ୟାଧର ନାୟକ, ଲୋଇଡ଼ାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଳାସିନୀ ଓରାମ, ଗୁଆଳିର ପୂର୍ବତନ ସରପଞ୍ଚ ଡବର ମୁଣ୍ଡା, ଗୁଆଳିର ସମାଜସେବୀ ପଦ୍ନା ପାତ୍ର, ଆଦିବାସୀ ହୋ ବିକାଶ ସମାଜ କମିଟିର ଉପଦେଷ୍ଟା ଜୁରିଆ ମୁଣ୍ଡା, ଗୁଆଳିର ସମାଜସେବୀ ଜମାଦାର ମୁଣ୍ଡା ଓ ଟିଏସଏଫ କଳମଙ୍ଗର ୟୁନିଟ୍ ମୁଖ୍ୟ ସଂଜୟ ସର୍ଦ୍ଦାର ଯୋଗ ଦେଇଥିଲେ।

ଉତ୍ସାହର ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶଂସା କରିବା ସହ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ଉପରେ ଯୋଡ଼ା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାୟକ ଆଲୋକପାତ କରିଥିଲେ। କଳମଙ୍ଗ ଓ ଗନ୍ଧଲପଦାରେ ଯୁବବର୍ଗଙ୍କୁ ସଶକ୍ତ କରିବାରେ ଟାଟା ଷ୍ଟିଲ୍‌ର ଅଭିଯାନକୁ ପ୍ରଶଂସା କରି ସେ କହିଥିଲେ ଯେ ଦୁର୍ଗମ ଅଂଚଳଗୁଡ଼ିକରେ ଏହି ପ୍ରଶିକ୍ଷଣ ପାଇଥିବା ପ୍ରଶିକ୍ଷାର୍ଥୀମାନେ ଜୀବନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବେ ।

କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କ ଉତ୍ସାହ କୁ ପ୍ରଶଂସା କରିବା ସହ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଉପରେ ଦୃଷ୍ଟିଗୋଚର କରିଥିଲେ। ଏଥି ସହିତ ଗୋଷ୍ଠୀ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

    Related News

    Follow Us