Search
Close this search box.

ନବ ନିର୍ମିତ ଫ୍ଲାଏ ଓଭର ରେ ପ୍ରଥମ ଦୁର୍ଘଟଣା

0
SHARES
23
VIEWS

ଯୋଡା,୨୧/୦୪(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ନୂତନ କରି ନିର୍ମାଣ ହୋଇଥିବା ରାଜ୍ୟ ର ଦୀର୍ଘତମ ଫ୍ଲାଏ ଓଭର ଉପରେ ରବିବାର ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏଥିରେ ବୋଲେରୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀ କହିଥିବା ବେଳେ ଆହତଙ୍କ ସଠିକ୍ ତଥ୍ୟ ମିଳି ପାରି ନାହିଁ ।ସୂଚନାଯୋଗ୍ୟ ଯେ,ଓଭର ବ୍ରିଜ ଉପରେ ଥିବା ଏକ ଅଙ୍କାବଙ୍କା ରାସ୍ତା ରେ ବୋଲେରୋ ଟି ଭାରସାମ୍ୟ ହରାଇ ଓଲଟିପଡ଼ି ଥିଲା ।ପୂର୍ବରୁ ମଧ୍ୟ ଆଶଙ୍କା କରାଯାଉଥିଲା ଯେ,ଫ୍ଲାଏ ଓଭର ଉପରେ ଥିବା ଉକ୍ତ ଅଙ୍କାବଙ୍କା ରାସ୍ତା ଦୁର୍ଘଟଣା ର କାରଣ ହୋଇ ପାରେ ।ଅନ୍ୟ ପକ୍ଷରେ ଫ୍ଲାଏ ଓଭର ଉପରେ ଗତି ନିୟନ୍ତ୍ରକ ଓ ସିସି କ୍ୟାମେରା ଲଗାଯାଇ ନାହିଁ ।ବେପରୁଆ ଗାଡି ଚାଳକ ଙ୍କ ଗତି ନିୟନ୍ତ୍ରଣ କର। ନ ଗଲେ ଫ୍ଲାଏ ଓଭର ଉପରୁ ମଧ୍ୟ ଖସି ପଡ଼ିବାର ସମ୍ଭାବନା ରହିଛି ।ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ପାଇଁ ଯୋଡା ଜନ ସାଧାରଣ ଦାବି କରିଛନ୍ତି ।

    Related News

    Follow Us