ସୁନାଥର ପରମାନନ୍ଦ ଶିଶୁମନ୍ଦିରର ତ୍ରୟବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ପରିସରରେ ପରିଚାଳନା କମିଟି ସୁରେଶ କୁମାର ପଣ୍ଡା ମାର୍ଗ ଦର୍ଶକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ପିଙ୍କି ବେହେରା, ହିନ୍ଦୀ ଭବନଅଧକ୍ଷ ଶ୍ରୀ ପ୍ରଫୁଲ କୁମାର ରଥ ବିଶିଷ୍ଟ ଅତିଥି ଭାବେ, ଓ ଶ୍ରୀ ପ୍ରଭାକର ପ୍ରଧାନ ବରିଷ୍ଠ କର୍ମକର୍ତ୍ତା ଦିବ୍ୟ ଦର୍ଶନ ସଂଘ ବରେଣ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ମୂରଲୀଧର ନନ୍ଦ, ଶିକ୍ଷାବିତ୍ ତଥା ସୁନାମଧନ୍ୟ କବି ଏବଂ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଧ୍ୟାପକ ତାରାତାରିଣୀ ମହାବିଦ୍ୟାଳୟ ସମ୍ମାନୀତ ବକ୍ତା ଭାବେ ଯୋଗଦାନ କରିଥିଲେ ।
ଏହି ଅବସରରେ ଶ୍ରୀ ଏ. ରାଜଗୋପାଳ ରାଓ ଶିକ୍ଷାବିତ୍ ଶ୍ରୀ ଏସ୍. ଲକ୍ଷ୍ମୀନାରାୟଣ ପାତ୍ର ସି.ଆର.ସି.ସି, ଶ୍ରୀ ପର୍ଶୁରାମ ପ୍ରଧାନ ବିଜ୍ଞାନ ଶିକ୍ଷକ, ଶ୍ରୀ କୋରାନାଥ ସ୍ଵାଇଁ ସମିତି ସଭ୍ୟ ଭାଟକୁମରଡା ଗ୍ରାମପଞ୍ଚାୟତ, ଶ୍ରୀ ହରିହର ପଣ୍ଡା ସଭାପତି, ଅବସର ପ୍ରାପ୍ତ କର୍ମଚାରୀ ସଂଘ ତଥା ଉପସଭାପତି ଶ୍ରୀ ଅନିଲ୍ କୁମାର ନାହାକ ସ୍ଥାନୀୟ ସରପଞ୍ଚ ଓ ଶ୍ରୀମତୀ ନମିତା ବସନ୍ତିଆ, ସମିତି ସଭ୍ୟା, ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ।
ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଶିଶୁମାନଙ୍କ ଦ୍ୱାରା ବେଦପାଠ ଓ ଗୀତା ପଠନ କରାଯାଇଥିଲା । ଶ୍ରୀ ଗୋବିନ୍ଦ ନାହାକ ସଂଗଠକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସୁଶ୍ରୀ ଶୁଭଶ୍ରୀ ନାହାକ ଓ ସୁଶ୍ରୀ ଶୁଭଶ୍ରୀ ମଳିକ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପିତାମ୍ବର ମହାଙ୍କୁଡ ବାର୍ଷିକ ବିବରଣୀ ପଠନ କରିବା ପରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଶିଶୁ ଓ ଅଭିଭାବକ ମାନଙ୍କୁ ଭଲ ପାଠ ପଢି ସଂସ୍କାରିତ ହେବା ସହିତ ଚରିତ୍ରବାନ ହୋଇ ଭଲ ମଣିଷ ହେବା ସହ ବାପା ଓ ମାଆର ନାମ ଓ ଯଶ ପ୍ରତିପାଦନ କରିବା ପାଇଁ ପ୍ରେରଣା ପ୍ରଦ ଓ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥ୍ ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଗଲା ।
ଏଥିରେ ଶ୍ରୀମତୀ ପ୍ରଭାସିନୀ ନାହାକ, ଶ୍ରୀମତୀ ଶାନ୍ତିଲତା ଦାସ, ସୁଶ୍ରୀ ଅନନ୍ତ ଲକ୍ଷ୍ମୀ ପାଢୀ, ସୁଶ୍ରୀ ସ୍ମିତାରାଣୀ ପାତ୍ର, ଶ୍ରୀମତୀ ସୁରମି ଦାସ, ଶ୍ରୀମତୀ ପିଙ୍କି ବିଷୋଇ, ସୁଶ୍ରୀ ବିଷ୍ଣୁପ୍ରୟା ନାହାକ, ସୁଶ୍ରୀ ସୁଜ୍ଞାନୀ ବେହେରା, ଆଚାର୍ଯ୍ୟା, ଶ୍ରୀମଦନ ବେହେରା ଓ ଶ୍ରୀ ନିରଞ୍ଜନ ନାୟକ ଯୋଗଦାନ କରି ବାର୍ଷିକ ଉତ୍ସବକୁ ସାଫଲ୍ୟ କରିବାରେ ସହେଯାଗ କରିଥିଲେ |ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଅଜୟ କୁମାର ନାହାକ, ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ତୁମ୍ବେଶ୍ଵର ଶିଶୁ ମନ୍ଦିର ପ୍ରତାପୁର ର ସମ୍ପାଦକ ଶ୍ରୀ ଅଜୟ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଦିଗଦର୍ଶନ ଦେଇଥିଲେ ।
ଶେଷରେ ସୁଶ୍ରୀ ଆରତୀ ନାହାକ, ଆଚାର୍ଯ୍ୟାଙ୍କ ସଂଯୋଜନାରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ଅତି ଆବେଗପୂର୍ଣ ଅଭିନୟ ମାଧ୍ୟମରେ ଶେଷ ହେବା ପରେ ବନ୍ଦେ ମାତରଂ ଗାନ କରାଯାଇଥିଲା ।