Search
Close this search box.

ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା, ଭୁବନେଶ୍ବର ଶିଶୁ ଭବନ ରେଳ ଓଭରବ୍ରିଜରୁ ଡେଇଁ ଆତ୍ମହତ୍ୟା

0
SHARES
10
VIEWS

ହୃଦୟରେଦମ୍ଭନଥିଲେସାମ୍ବାଦିକତାକରନ୍ତୁନି… ବିବାହକରିବାପୂର୍ବରୁନିଜହୃଦୟକୁମାପିଦିଅନ୍ତୁ..

ଆରେ ସୋସିଆଲ ମିଡ଼ିଆ ଏତେ ଆପଣାର ଲାଗିଲା ? ପରିବାର, ସାଙ୍ଗସାଥୀ କି ସହକର୍ମୀ କଣ ପୁରା ତୁଚ୍ଛ!..

ଏଇମଧୁମିତାପରିଡ଼ାଓରଫ୍ଚିନୁ..ମମି କାହିଁକି କ୍ଷମା କରିବେ ତୁମ ଭଳି ଝିଅଙ୍କୁ। ତୁମେ ଆତ୍ମହତ୍ୟା କରି ନିଜ ମମିଙ୍କୁ କଣ ପ୍ରମାଣ କରିବାକୁ ଚାହିଁଲ ଯେ, ତାଙ୍କ ଲାଳପାଳନରେ ଭୁଲ୍ ଥିଲା ? ଭିଡିଓ କରିବାକୁ ବୁଦ୍ଧି ଦେଖାଗଲା, ମମି ସହ ଦୁଇ ପଦ କଥା ହେବାକୁ ଇଚ୍ଛା ହେଲାନି? ସାଙ୍ଗ ମାନଙ୍କୁ ବି କ୍ଷମା ମାଗିଲ ହେଲେ କଣ କୌଣସି ସାଙ୍ଗ ଉପରେ ଭରସା କରି ପାରିଲନି ଏଭଳି ଏକ ଦୁର୍ବଳ ମୁହୂର୍ତ୍ତରେ କାହାକୁ ନିଜ ଦୁଃଖ ଜଣାଇବା ପାଇଁ !… ଓଃ ଭିଡିଓ କରି ସମବେଦନା ନେବାକୁ ଚାହିଁଲ ବୋଧେ !…

ଚାରି ମାସ ବିବାହରେ ଏତେ ଅଧର୍ଯ୍ୟ ହେଇପଡ଼ିଲା ଜୀବନ ? ପାଞ୍ଚ ବର୍ଷରେ ଜଣେ ମଣିଷକୁ ଚିହ୍ନି ପାରିଲନି ସତରେ ? ନାଁ ପ୍ରେମ ସହିତ ଅନ୍ୟାନ୍ୟ ସୁଖ ଭିତରେ ଭୁଲିଗଲ ଜୀବନସାଥୀ କେମିତି ହେବା ଦରକାର ପରଖିବା ବି ଜରୁରୀ ଆଜିକା ସମୟରେ। ଆଉ ତୁମେ ନିଜକୁ ସାମ୍ବାଦିକ ପରିଚୟ ଦେଉଥିଲ? ଘରେ ଝଗଡା ହେଲେ କାମ ବନ୍ଦ କରି ଛୁଟି ନେବା ଜଣେ ସାମ୍ବାଦିକକୁ ଶୋଭା ଦିଏନି । ଯେଉଁଠି କାମ କରୁଥିଲ ସେ ପରିବେଶ ହୁଏତ ତୁମକୁ କେବେ ଦମ୍ଭ ଦେଇ ପାରିନି, ନଚେତ୍ ତୁମେ ତୁମ କର୍ମସଂସ୍ଥା ରୁ କିଛି ଶିଖି ପାରିନଥିଲ ।

ଆଛା!..ଜଣେ ମଣିଷ କଣ ସମଗ୍ର ଦୁନିଆଁ ଆଗରେ ବଡ ? ଯଦି ସେ ତୁମକୁ ଅସମ୍ମାନ କଲା, ନିର୍ଯାତନା ଦେଲା ତମେ ସହିଲ କାହିଁକି ??ତାକୁ ପଛରେ ରଖି ଦୁନିଆଁ କୁ ଆପଣେଇ ନେବା କଣ ସହଜ ହେଇ ନଥାନ୍ତା ? ନିଜେ ତ ଗଲ ଗୋଟେ ମାଆ କୁ ଅଧା ମାରିଦେଇ ଗଲ କାହିଁକି?

ଜୀବନ କୁ ଜାଣି ଶୁଣି ହାରୁଥିବା ଲୋକ ଯିଏ ବି ହୁଅନ୍ତୁ ସେ ମୃତ୍ୟୁ ପରେବି #ଅପରାଧୀ। ବାକି ରହିଲା ସେ ଅଭଦ୍ର ପୁରୁଷ ଟି କଥା । ଜୀବନ ଥିବା ଯାଏଁ ସେ ଦଣ୍ଡିତ ହେବା ଜରୁରୀ । କାରଣ ମାନସିକ ଆଘାତ ଦେଉଥିବା ବ୍ୟକ୍ତି ନିଜ ପରିବାର ଏବଂ ସମାଜ ପାଇଁ କଳଙ୍କ । ଏମାନେ କେବଳ ମଜା ଉଠେଇବା ପାଇଁ ବିବାହ କରନ୍ତି ସଂସାର ଗଢ଼ିବା ଏମାନଙ୍କ ପାଇଁ ବୋଝ।

ପ୍ରତି ମହିଳା ଏବଂ ପୁରୁଷ ନିଜ ନିଜ ଭିତରେ ଗଭୀର ଦୁଃଖ ନେଇ ଜୀବନ କୁ ବଞ୍ଚୁଛନ୍ତି , କାରଣ ସମସ୍ତେ ପରିସ୍ଥିତି ରୁ ଉର୍ଦ୍ଧ୍ବରେ ନିଜ ଜୀବନ କୁ ରଖିଛନ୍ତି। ତୁମେ ତ ସୋସିଆଲ ମିଡ଼ିଆ କୁ ସବୁ କିଛି ଭାବି ନେଇଥିଲ । ମୁଁ ତ କହିବି ମଧୁମିତା ତୁମେ ଭୁଲ୍ କରିଛ…ଈଶ୍ୱର ଙ୍କୁ ଏତିକି ପ୍ରାର୍ଥନା କରିବି ତୁମ ଭୁଲ୍ ପାଇଁ ତୁମକୁ କ୍ଷମା ଦିଅନ୍ତୁ ।

ଏବେ ସମୟ ଇଶାରା କରୁଛି ବୁଝିବା ପାଇଁ, ମଣିଷକୁ ଉଚିତ୍ ପରିବେଶ ହିଁ ସଠିକ୍ ଶିକ୍ଷା ଦେଇପାରିବ । ଯେଉଁଠି ଜୀବନ ଅଣନିଃଶ୍ୱାସୀ ଲାଗୁଛି ତୁରନ୍ତ ସେଠାରୁ ବାହାରି ଆସନ୍ତୁ । ଜୀବନ ରେ ନିଜର ଦୁଃଖ ପ୍ରକାଶ କରି ପାରୁଥିବା ସାଥୀ ଟିଏ ବନାନ୍ତୁ। ଆତ୍ମହତ୍ୟା ସମାଧାନର ବାଟ ନୁହେଁ । ନିଜ ଭିତରର ଧର୍ଯ୍ୟ ବଢ଼ାନ୍ତୁ । ହୃଦୟ ଯଦି ଭାଙ୍ଗୁଛି ଥରେ ଭାଙ୍ଗି ଯିବାକୁ ଦିଅନ୍ତୁ। କାରଣ ତା ପରର ଜୀବନ ବଞ୍ଚିବାକୁ ପ୍ରେରଣା ଦେବ ଆତ୍ମହତ୍ୟା ପାଇଁ ଉତ୍ସ ପାଲଟିବନି!…

ତୁମେଭୁଲ୍କରିଛତୁମେବିତୁମପଛରେଥିବାଆଉକିଛିଲୋକଙ୍କୁଅଧା_ମାରିଛ,ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us