ଖଲ୍ଲିକୋଟ ରାଜ ବଂଶ ର ଶେଷ ଅସ୍ତମିତ ଜ୍ୟୋତି ରାଣୀମା ଙ୍କ ଦେହାନ୍ତ ରେ ସମସ୍ତଙ୍କ ମନରେ ଗଭୀର ଦୁଃଖ |
ଖଲ୍ଲିକୋଟ ରାଜ ବଂଶର ଶେଷ ଅଲିଭା ଜ୍ୟୋତି ତଥା ସମସ୍ତଙ୍କ ପ୍ରିୟ ରାଣୀମା ଙ୍କ ଗତକାଲି ରାତ୍ର 12ଘଣ୍ଟ 44 ମିନଟ ରେ ଚେନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ 87 ବର୍ଷ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ତାହା ର କିଛି ଘଣ୍ଟା ପୂର୍ବରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଓ 5 ଟି ଅଧକ୍ଷ ଭିକେ ପାଣ୍ଡିଆନ, ଚିକିଟି ମନ୍ତ୍ରୀ ତଥା ରାଣୀମାଙ୍କ ଅତିଘନିଷ୍ଟ ବାନ୍ଧବୀ ଉଷାଦେବୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ସଂଘଟକ ପ୍ରଣବ ପ୍ରକାଶ ଦାଶ ଙ୍କ ସହିତ ଅନ୍ୟାନ୍ୟ ସର୍ବୋଚ ପୋଲିସ, ପଦାଅଧିକାରୀ ସେହି ଚେନାଇ ହସ୍ପିଟାଲ କୁ ଯାଇ ତାଙ୍କୁ ଭେଟି ତାଙ୍କର ଆସୁ ଆରୋଗ୍ୟ କାମନା କରି ଓଡିଶା ଫେରିବାର କିଛି ଘଣ୍ଟା ପରେ ଖଲ୍ଲିକୋଟ ରାଜବଂଶ ର ଶେଷ ମହାରାଣୀ ଓ ଜଣେ ସୁଧକ୍ଷ,ସଂଘଟକ, ଅପ୍ରତିଦ୍ବନ୍ଦି ରାଜନେତ୍ରୀ, ଗରୀବ ଅସହାୟ ଙ୍କ ଅର୍ଣ୍ଣ ଦାତ୍ରୀ ସହିତ ସମସ୍ତ ଙ୍କ ର ପ୍ରିୟ ମାଆ ର ଯେଉଁ ଡ଼ାକ ତାଙ୍କ ପ୍ରତି ଶୁଣା ଯାଉଥିଲା ସେହି ଡ଼ାକ ଆଉ ଶୁଣି ବାକୁ କେହି ନାହାନ୍ତି | ସେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରୁ ଆଠଥର ଏବଂ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ତରଫରୁ 2ଥର ନିର୍ଦ୍ବନ୍ଦ ରେ ଓଡିଶା ବିଧାନ ସଭାରେ ଏକ ରେକର୍ଡ ସୃଷ୍ଟି କରିଥିଲେ | ବିଶେଷ କରି ଯେକୌଣସି ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ଅଭାବ, ଅସୁବିଧା କୁ ଦୁରକରୀ ବିଭିର୍ଣ୍ଣ ପଞ୍ଚାୟତ ରେ ଶିକ୍ଷା, ରାସ୍ତା, ପାନୀୟ, ଗମନା ଗମନ, ବିଦ୍ୟୁତ, କୋଠଘର, କଲ୍ୟାଣ ମଣ୍ଡପ, ଚାଷ କ୍ଷେତ୍ରରେ ସମସ୍ତ ଙ୍କ ପାଇଁ ବହୁ କାର୍ଯ୍ୟ କରିଯାଇଛନ୍ତି | ବିଜୁ ପଟନାୟକ ଙ୍କ ଠାରୁ ଆରମ୍ଭ କରି ଏବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କମୁଖ୍ୟମନ୍ତ୍ରୀ ଙ୍କ ସମୟରେ ତାଙ୍କୁ ବହୁ ବଡ଼ ମନ୍ତ୍ରୀପଦ,ବାଚସ୍ପତି ପଦବି କୁ ମଧ୍ୟ ସେ ଆଗ୍ରହ୍ୟ କରି ଦେଇଥିଲେ | ଗତକାଲି ରାତି 12 ଘଣ୍ଟ 44 ମିନଟ ସମୟରେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ପରେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ନିର୍ବାଚନ ମଣ୍ଡଳୀ ସହିତ କବିସୂର୍ଯ୍ୟ ନଗର ଏବଂ ଗଞ୍ଜାମ ଜିଲ୍ଲା ଓ ଓଡିଶା ଏବଂ ରାଜ୍ୟ ବାହାରେ ମଧ୍ୟ ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି | ତାଙ୍କ ଅସୁସ୍ଥ ଖବର ଶୁଣି ଖଲ୍ଲିକୋଟ ଏନଏସି ର ଅଧକ୍ଷ ଇଁ ନିରଞ୍ଜନ ବେହେରା ଙ୍କ ସହିତ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ପୁରୁଷୋତ୍ତମପୁର ଅଞ୍ଚଳର ଯୁବ ନେତା ସୀତାରାମ ପାଣିଗ୍ରାହୀ ଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ରାଣୀମାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଛନ୍ତି | ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସୁପାରିଶ ରେ ରାଣୀମାଙ୍କ ପାର୍ଥିବ ଶରୀରକୁ ଓଡିଶାକୁ ଅ
ଅଣା ଯାଇ ବିଧାନସଭା ସମୁଖରେ ଗାର୍ଡ ଅଫ ଅନର ଦିଆଯାଇ ଖଲ୍ଲିକୋଟ ରାଜ ବାଟି କୁ ଆଣା ଯାଇ ନଗର ପରିଭ୍ରମାଣ କରାଯାଇ ଶେଷରେ ପଞ୍ଚ ଭୁତ ରେ ବିଲୀନ କରାଯିବ ର ସୂଚନା ମିଳିଛି