ବାରିପଦା: ଦୀର୍ଘ ଏକ ମାସ ପରେ ଖୋଲିଲା ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ। ଗତକାଲି ୩ଟି ପଞ୍ଚାୟତ ଓ ବୈଠକରେ ନିଆଯାଇଥିଲା ଏହି ନିଷ୍ପତି। ବିଭିନ୍ନ ଦାବି ନେଇ ବନ୍ଦ ଥିଲା ଯଶିପୁର ପ୍ରବେଶ ପଥ। ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରି ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା।