ଅଯୋଧ୍ୟା/ବାରାଣସୀ,୨୬/୧୨ : ଭବ୍ୟ ରାମ ମନ୍ଦିର
ଉଦ୍ଘାଟନ ଲାଗି ସଜେଇ ହେଉଛି ରାମ ନଗରୀ
ଅଯୋଧ୍ୟା । ବିରାଜିବେ ପ୍ରଭୁ ରାମଲଲା । ଅପେକ୍ଷା
କେବଳ ଜାନୁଆରୀ ୨୨କୁ । ତା’ ପୂର୍ବରୁ ପ୍ରସ୍ତୁତି ପର୍ବ
ଜୋରଦାର ଚାଲିଛି । ବର୍ତ୍ତମାନ ରାମ ମନ୍ଦିରରେ
ରାମଲଲାଙ୍କ ପାଇଁ ସିଂହାସନ ପ୍ରସ୍ତୁତ ହୋଇଛି Q
ସିଂହାସନ ଉପରେ ଖୁବଶୀଘ୍ର ଦିଆଯିବ ସୁନା ପ୍ରଲେପ
। ୯ ଦିନ ମଧ୍ୟରେ ମନ୍ଦିରର ପ୍ରଥମ ମହଲା କାମ
ସମ୍ପୂର୍ଣ୍ଣ ଶେଷ ହେବ । ଇତି ମଧ୍ୟରେ ବାରାଣସୀ
ପଣ୍ଡିତମାନେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଲଗ୍ନ ଧାର୍ଯ୍ୟ
କରିଛନ୍ତି । ଏହା ଅନୁସାରେ ୧ ମିନିଟ ୨୪ ସେକେଣ୍ଡ
ମୁହୂର୍ଷ ମଧ୍ୟରେ ପ୍ରାଣ ପ୍ରତିଷ୍ଠା କରାଯିବ ।କାଶୀର ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀଙ୍କ କହିବାନୁସାରେ,
ଜାନୁଆରୀ ୨୨ ଅପରାହ୍ନ ୧୨ଟା ୨୯ ମିନିଟ ୮
ସେକେଣ୍ଡରୁ ମୂଳ ମୁହୂର୍ତ୍ତ ଆରମ୍ଭ ହେବ, ଯାହା ୧୨ଟା
୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ
ମୋଟ ୧ ମିନିଟ ୨୪ ସେକେଣ୍ଡର ହିଁ ପ୍ରାଣ ପ୍ରତିଷ୍ଠାର
ମୁହୂର୍ତ୍ତ ହେବ । ଏହି ମୁହୂର୍ତ୍ତର ଶୁଦ୍ଧି ମଧ୍ୟ କରାଯିବ
ତେଣୁ ମୁହୂର୍ତ୍ତ ଶୁଦ୍ଧିର ସମୟ ୨୦ ମିନିଟ ଧାର୍ଯ୍ୟ ହେବ
ଏହା ଜାନୁଆରୀ ୧୯ ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇ
୬ଟା ୨୦ ମିନିଟ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ
ଜାନୁଆରୀ ୨୦ରେ ସୂର୍ଯ୍ୟୋଦୟ ପୂର୍ବରୁ ମୁହୂର୍ଣ ଶୁଦ୍ଧିର
ସଂକଳ୍ପ ହେବ ।ପଣ୍ଡିତ ଶାସ୍ତ୍ରୀ ଆହୁରି କୁହନ୍ତି, ମୁହୂର୍ତ୍ତ ଯେତେ ଶୁଦ୍ଧ
ହେଲେ ମଧ୍ୟ ତାହାର ମଧ୍ୟ ପୂର୍ଣ୍ଣ ଶୁଦ୍ଧି କରାଯିବାର
ବିଧାନ ରହିଛି । ଏହା ଅତ୍ୟନ୍ତ ଜରୁରି । ଏହି ମୁହୂର୍ତ୍ତ
ଶୁଦ୍ଧି ନିମନ୍ତେ ସୁନା ଦାନ କରାଯାଇ ପାରିବ । ତାଙ୍କ
ମୁତାବକ ‘ମେଷ ଲଗ୍ନର ଗୁରୁ ହେବା ଦ୍ବାରା ରାମଙ୍କ
ରାଜ୍ୟ ବୃଦ୍ଧି ହେବ । ମେଷ ଲଗ୍ନର ଗୁରୁ ଏହି ମୁହୂର୍ତ୍ତର
ପ୍ରାଣ । ଭଗବାନ ରାମଙ୍କ ଜନ୍ମ ମଧ୍ୟ ଅଭିଜିତ୍
ମୁହୂର୍ତ୍ତରେ ୧୨ଟା ପରେ ହୋଇଥିଲା । ଏଭଳି ମୁହୂତ୍ତ
ବିରଳ ହୋଇଥାଏ । ଜାନୁଆରୀ ୨୨ରେ ମେଷ
ଲଗ୍ନରେ ବସିଥିବା ଗୁରୁଙ୍କ ପଞ୍ଚମ, ସପ୍ତମ ଏବଂ ନବମ
ଭାବ ଉପରେ ଦୃଷ୍ଟି ରହିଛି । ଏହି ଦୃଷ୍ଟିରୁ ମୃଗଶିରା
ନକ୍ଷତ୍ର ୨୬ତମ ନକ୍ଷତ୍ର ଅଟେ । ଏହା ଅତ୍ୟନ୍ତ ଶୁଭ
ହେବ ।ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହ ନିର୍ମାଣ
କାର୍ଯ୍ୟ ଶେଷ ହୋଇଛି । ରାମଲଲାଙ୍କ ୩ ମୂର୍ତ୍ତି ବି
ପ୍ରସ୍ତୁତ ସରିଛି । ଏଥିରୁ ଗୋଟିଏକୁ ଜାନୁଆରୀ ୭
ପୂର୍ବରୁ ଚୟନ କରାଯିବ । ଜନ୍ମଭୂମି ଟ୍ରଷ୍ଟ ଓ ବିଶ୍ବ ହିନ୍ଦୁ
ପରିଷଦ ସୋସିଆଲ୍ ମିଡିଆରେ ରାମ ମନ୍ଦିରର ନୂଆ
ଫଟୋ ଜାରି କରିଛି । ଏଥରେ ରାମଲଲାଙ୍କ ସିଂହାସନ
ଦେଖାଯାଇଛି । ସେହିଭଳି ମନ୍ଦିରର ପ୍ରବେଶ ଦ୍ବାରl
ଫଟୋ ବି ଜାରି ହୋଇଛି । ଏହି ବାଟ ଦେଇ
ଶ୍ରଦ୍ଧାଳୁମାନେ ରାମ ମନ୍ଦିରର ଗର୍ଭଗୃହରେ ପ୍ରବେଶ
କରିବେ । ମନ୍ଦିରର ଉପରି ଭାଗରେ ହୋଇଥିବା
ବିଭିନ୍ନ ଡିଜାଇନ୍ ଦେଖିବାକୁ ମିଳିଛି । ବାକି ମନ୍ଦିରର
ବାହ୍ୟ ପାଶ୍ୱର୍କୁ ଶେଷସ୍ପର୍ଶ ଦିଆଯାଉଛି |
କାରିଗରମାନେ ନିହଣ ମୁନରେ ବିଭିନ୍ନ କାରୁକାର୍ଯ୍ୟ
କରୁଛନ୍ତି । ଏହି ଫଟୋଗୁଡ଼ିକରୁ ସୃଷ୍ଟ ଅନୁମାନକାମ ଯେତେ ଦ୍ରୁତ ଗତିରେ ଆଗଉଛି, ସେହି
ଅନୁସାରେ ରାମ ମନ୍ଦିର ସୁନ୍ଦର ସ୍ବରୂପ
ଆପଣେଇବାରେ ଲାଗିଛି । ଜାନୁଆରୀ ୨୨ରେ
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ସାମିଲ ହେବେ । ମନ୍ଦିରର ମୁଖ୍ୟ
ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଜୀ କହିଛନ୍ତି,
ଜାନୁଆରୀ ୧୫ରୁ ୨୪ ପର୍ଯ୍ୟନ୍ତ ଭବ୍ୟ ସମାରୋହ
ଆୟୋଜନ ହେବ । ରାମରାଜ୍ୟ ଭଳି ସଜେଇ
ହେଉଥିବା ଅଯୋଧ୍ୟାର ଯେଉଁଠି ପ୍ରବେଶ ମାର୍ଗ ରହିଛି,
ସେଠାରେ ସନାତନ ସଂସ୍କୃତି ଝଲସି ଉଠୁଛି ।
ଟେରାକୋଟା ଫାଇନ୍ କ୍ଲୋ ମ୍ୟୁରାଲ୍ କଳାକୃତିରେ
ସଜେଇ ହେଉଥିବା ମନ୍ଦିର କାନ୍ଥଗୁଡ଼ିକ ବର୍ତ୍ତମାନ
ନିଜର ଅନ୍ତିମ ସ୍ବରୂପ ପାଇବାକୁ ଧାବମାନ ହେଉଛନ୍ତି ।
ସଡ଼କ ପାର୍ଶ୍ୱର୍ରେ ଲାଗୁଥିବା ସୂର୍ଯ୍ୟସ୍ତମ୍ଭ ଜିଲ୍ଲା ପ୍ରଶାସନ ମୁତାବକ, ଧର୍ମପଥର ସଡ଼କଗୁଡ଼ିକର
ପାଶ୍ବର୍ ଅଞ୍ଚଳରେ ପାଚେରି ନିର୍ମାଣ କରାଯାଉଛି ।
ସେଥୁରେ ରାମାୟଣ କାଳର ପ୍ରସଙ୍ଗଗୁଡ଼ିକୁ
ଦର୍ଶାଯାଉଛି । ପାଚେରିରେ ଟେରାକୋଟା ଫାଇନ୍ କ୍ଲେ
ମ୍ୟୁରାଲ୍ କଳାକୃତି ସ୍ଥାନ ପାଉଛି । ରାମ ଜନ୍ମଭୂମି
ଅଞ୍ଚଳରେ ୨.୭ ଏକର ପରିମିତ ସ୍ଥାନରେ ମନ୍ଦିର
ନିର୍ମାଣ କରାଯାଉଛି । ଏହା ୩ ମହଲାବିଶିଷ୍ଟ ହେ ର
ଏବଂ ଏହାର ଉଚ୍ଚତା ୧୬୨ ଫୁଟ ହେବ । ମନ୍ଦିର
ପରିସରରେ ରାମ ମନ୍ଦିର ବ୍ୟତୀତ ଆଉ ୬ଟି ମନ୍ଦିର
ନିର୍ମାଣ କରାଯାଉଛି । ମନ୍ଦିରର ମୁଖ୍ୟଦ୍ବାର ‘ସିଂହଦ୍ବାର’
ନାମରେ ଜଣାଯିବ । ସିଂହଦ୍ଵାର ଦେଇ ଭିତରକୁ
ପ୍ରବେଶ କରିବା ପରେ ସାମ୍ନାରେ ନୃତ୍ୟ ମଣ୍ଡପ, ରଙ୍ଗ
ମଣ୍ଡପ ଏବଂ ଗୂଢ଼ ମଣ୍ଡପ ବି ଦେଖାଯିବ । ମନ୍ଦିର
ପରିସରରେ ସୂର୍ଯ୍ୟ ଦେବତା, ଭଗବାନ ବିଷ୍ଣୁ ପଞ୍ଚଦେବ ମନ୍ଦିର ବି ନିର୍ମାଣ କରାଯାଉଛି । ପ୍ରାଣ
ପ୍ରତିଷ୍ଠା ପରେ ଯେତେବେଳେ ମନ୍ଦିରକୁ ସାଧାରଣ
ଜନତାଙ୍କ ପାଇଁ ଖୋଲିଦିଆଯିବ ପ୍ରତ୍ୟେକ ଦିନ ଦେଢ଼
ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଆଶା
କରାଯାଉଛି ।