ଆସନ୍ତାକାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ। କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ । ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ କହିଛନ୍ତି। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।
ସୂଚନା ମୁତାବକ , ଆସନ୍ତାକାଲିଠାରୁ କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ। କାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ। କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଏହି ବନ କର୍ମଚାରୀମାନେ ବିଭିନ୍ନ ଗ୍ରୁପ୍ରେ ରହି କୁମ୍ଭୀର ଗଣନା ଓ ପକ୍ଷୀ ଗଣନା କରିବେ। ଏଥିପାଇଁ ବୋଟ୍ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ଗଣନା ଲାଗି ୯ ତାରିଖରେ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି ଏବଂ ଏହାପରେ ୧୦, ୧୧ ଓ ୧୨ ତାରିଖରେ ସବୁଜାଗାରେ ଥିବା କୁମ୍ଭୀର ଗଣନା କରିବାକୁ ଯଥାସାଧ୍ୟ ଚେଷ୍ଟା କରାଯିବ। ତେବେ ଏହି ଗଣନାରୁ କେତେ ପରିମାଣର ବିଭିନ୍ନ ପ୍ରଜାତିର କୁମ୍ଭୀର ଅଛନ୍ତି ତାହା ଜଣ ପଡିବ ବୋଲି ବନ ବିଭାଗ କହିଛନ୍ତି।