କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଐତିହ୍ୟ ଜୟଲୁମ ମଣ୍ଡଳୀ ଠାରେ ଚଳିତ ବର୍ଷ ଖ୍ରୀଷ୍ଟମାସ ତଥା ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ଜନ୍ମ ପର୍ବ ଧୁମ୍ ଧାମରେ ପାଳନ କରାଯାଉଛି। rev ହିମାଂସୁ ଶେଖର ଚାନ୍ଦଙ୍କ କହିବା ଅନୁସାରେ ଆଜି ଧରା ପୃଷ୍ଠରେ ଅବତରଣ କରିବେ ପ୍ରଭୁଯୀଶୁ ଖ୍ରୀଷ୍ଟ। ଆଜି ଦିନରେ ମଧ୍ୟ ରାତ୍ରୀରେ ପ୍ରଭୁଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିବା ନେଇ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ବିଶ୍ଵାସ କରି ଆଜି ଜୟଲୁମ ପ୍ରଧାନ ମଣ୍ଡଳୀରେ ସନ୍ଧ୍ୟା ଉପାସନା କରିଥିଲେ।ସାରା ପୃଥିବୀରେ ଆଜି ଦିବସରେ ପବିତ୍ର ଖ୍ରୀଷ୍ଟଜନ୍ମ ପର୍ବ ଧୁମ୍ ଧାମରେ ପାଳନ କରାଯାଉଥିବା ବେଳେ ଜୟପୁର ଠାରେ ମଧ୍ୟ ଜୟପୁର ସହରର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରାତନ ୧୧୨ ବର୍ଷର ମଣ୍ଡଳୀ ଜୟଲୁମ ପ୍ରଧାନ ମଣ୍ଡଳୀରେ ମଧ୍ୟ ଆନନ୍ଦ ଓ ଉଲ୍ଲାସର ସହିତ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ପବିତ୍ର ଖ୍ରୀଷ୍ଟ ମାସ ପାଳନ କରୁଥିବା ଦେଖିବାକୁ ମିଳିଛି। ଆଲୋକ ମାଳାରେ ଝଲୁକୁଛି ସାରା ଜୟପୁର ପ୍ରଧାନ ମଣ୍ଡଳୀ। ଜୟପୁର ସହରର ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ଆନନ୍ଦ ଓ ଉଲ୍ଲାସର ସହିତ ଖ୍ରୀଷ୍ଟ ଜନ୍ମ ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି।ସାରା ଜୟପୁର ସହର ଚଳଚଞ୍ଚଳ ହୋଇପଡିଛି ପବିତ୍ର ଜନ୍ମ ପର୍ବ ନିମନ୍ତେ। ଜୟପୁରର ପ୍ରତ୍ୟେକ ଦୋକାନ ବଜାର ଏହି ପବିତ୍ର ଜନ୍ମ ପର୍ବ ନିମନ୍ତେ ଚଳଚଞ୍ଚଳ ହୋଇପଡିଛି।
ଜୟପୁର ରୂ କୋମଳ ଙ୍କ ରିପୋର୍ଟ