Search
Close this search box.

ଯୋଡା ପ୍ରେସ୍ ପକ୍ଷରୁ ବନ୍ଧୁ ମିଳନ

0
SHARES
1
VIEWS

ଯୋଡା,୨୦ା୧୨ (ସଂଘର୍ଷ ରମେଶ ):ଯୋଡା ବ୍ଲକ କଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଦାମପୁରସ୍ଥିତ ମିରିଗିସିଂଘା ବୈତରଣୀ କୂଳରେ ଯୋଡା ପ୍ରେସ୍ ପକ୍ଷରୁ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡବିଲ, ଯୋଡା, ଚମ୍ପୁଆ ଅଞ୍ଚଳର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ବର୍ଷତମାମ କାର୍ଯ୍ୟ ବ୍ୟସ୍ତତା ସତ୍ୱେ ପ୍ରତିନିଧିମାନେ ସମୟ ବାହାରକରି ବହୁସଂଖ୍ୟାରେ ଉପସ୍ଥିତଥିଲେ । ଖଣି ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକୂଳ ପରିସ୍ଥିତିରେ ନିୟମିତ ଖବର ପ୍ରସାରଣ କରିଆସୁଛନ୍ତି । ଖବର ସଂଗ୍ରହ ସମୟରେ ସେମାନଙ୍କୁ ବହୁ ପ୍ରତିବନ୍ଧକର ସମ୍ମୁଖିନ ହେବାକୁ ପଡୁଛି । ଏପରିକି କେତେକ କ୍ଷେତ୍ରରେ ସେମାନଙ୍କୁ ପ୍ରଶାସନ ଓ ମାଫିଆ ମାନଙ୍କ ଆକ୍ରୋଶର ଶିକାର ହୋବାକୁ ପଡିଥାଏ । ତେଣୁ ପ୍ରତିନିଧିମାନେ ହତୋତ୍ସାୟ ନହୋଇ, ସଂଗଠିତଭାବେ ସର୍ବଦା କାର୍ଯ୍ୟ କରିବା ଉଚିତ ବୋଲି ବନ୍ଧୁମିଳନ ବୈଠକରେ ବରିଷ୍ଠ ପ୍ରତିନିଧିମାନେ ସେମାନଙ୍କ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମହାନ୍ତି, ଦୀପକ ଶତପଥୀ, ମାନସ ମହାନ୍ତି, ବେଣୁଧର ବେହେରା, ମହେଶ୍ୱର ସାହୁ, ମନିନ୍ଦ୍ର ସୁନ୍ଦର ବାରିକ, ଭଗବାନ ଗିରି, ରବିନ୍ଦ୍ର ଖମାଣିଆ, ନିର୍ମଳ ପତି, ଦେବବ୍ରତ ରଣା, ରଞ୍ଜନ ପ୍ରଧାନ, ପ୍ରଦୀପ ପ୍ରଧାନ, ରମେଶ ମହାପାତ୍ର, ସରୋଜିନୀ ଶତପଥୀ, ହୃଦାନନ୍ଦ ପାତ୍ର, ଶିଶିର ବେହେରା, ବିନୟ ସାହୁ, ଆନନ୍ଦ ହୁରାଦ, ସଂଜୀବ ମୁଣ୍ଡା, ସାରଦା ଆଚାର୍ଯ୍ୟ, ସଂଜୀତ ବାରିକ, ଗଦାଧର ସାହୁ, ଜାବୀର ମହମ୍ମଦ, ରତ୍ନାକର ମହାପାତ୍ର, ନରେଶ ପାତ୍ର,ସତ୍ୟଜିତ୍ ଦାସ, ପ୍ରମୁଖ ଯୋଗଦେଇ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । ବୈତରଣୀ ନଦୀ କୂଳରେ ଏକ ପ୍ରାକୃତିକ ପରିବେଶ ଏଠାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବାବେଳେ ବର୍ଷସାରା ଏଠାରେ ବଣଭୋଜି ନିମନ୍ତେ ପର୍ଯ୍ୟଟକ ମାନଙ୍କର ଗହଳି ଦେଖିବାକୁ ମିଳିଥାଏ । ଏହାର ଉନ୍ନତି କରଣ ନିମନ୍ତେ ପ୍ରଶାସନ ଯତ୍ନବାନ ହେବା ଉଚିତବୋଲି ମତ ପ୍ରକାଶ ପାଇଥିଲା ।

    Related News

    Follow Us