Search
Close this search box.

ଶାନ୍ତି ଶକ୍ତି ଭଵନରେ କୃଷକ ଦିବସ

0
SHARES
6
VIEWS

ଆଜି ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ କୃଷକ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମର ସଂଯୋଜିକା ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଏହି ଅବସରରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟାଳୟ ରାଜସ୍ଥାନ ମାଉଣ୍ଟ ଆବୁର ରାଜଯୋଗ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଦ୍ଵାରା ପରିଚାଳିତ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ଦ୍ଵାରା ସର୍ବ ଭାରତୀୟ ସ୍ତରରେ କୃଷି,କୃଷକ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟି ରେ ରଖି ଶାଶ୍ଵତ ଯୌଗିକ କୃଷି ପ୍ରଣାଳୀ ଅବଲମ୍ବନ କରି ଆଜି ଭାରତର ଲକ୍ଷ ଲକ୍ଷ କୃଷକ କିଭଳି ଲାଭାନ୍ୱିତ ହେଉଛନ୍ତି ଏବଂ ନିକଟ ଅତୀତରେ ଅଖିଳ ଭାରତୀୟ ଶାଶ୍ୱତ ଯୌଗିକ କୃଷି ଅଭିଯାନ କିଭଳି ସର୍ବ ଭାରତୀୟ ସ୍ତରରେ ତଥା ଆଞ୍ଚଳିକ ସ୍ତରରେ ଚାଷୀ ଭାଇମାନଙ୍କୁ ସ୍ୱାବଲମ୍ବୀ କରିବାରେ ସକ୍ଷମ ହୋଇଛି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଆସ୍କା କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ ଦାସ ଜୈବିକ ତଥା ପାରମ୍ପରିକ କୃଷି ପଦ୍ଧତି ଉପରେ ଗୁରୁତ୍ୱ ଦିଆ ଗଲେ କୃଷକ ସ୍ୱାବଲମ୍ବୀ ହେବା ସହ ପରିବେଶ ସୁରକ୍ଷା ସମ୍ଭବ ହେବ ବୋଲି ସୂଚନା ଦେଇଥିଲେ l ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା କିଭଳି କୃଷକ ଭାଇମାନେ ପ୍ରାପ୍ତ କରିବେ ସେ ବିଷୟରେ ସବିଶେଷ ସୁଚନା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଆସିକା ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ ଏବଂ ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର ଓ ଆଲିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ନାହlକ କୃଷକ ଭାଇଙ୍କୁ ପାରମ୍ପରିକ କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଯଥେଷ୍ଠ ସହାୟକ ହେଉଛି ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମରେ ଭଞ୍ଜନଗର ଶାନ୍ତି ସ୍ରୋତ ଭଵନ ର ସଂଚାଳିକା ରାଜ ଯୋଗିନୀ ସନ୍ତୋଷିନି ପରମାତ୍ମାଙ୍କ ସ୍ମୃତିରେ ସକାରାତ୍ମକ ସଂକଳ୍ପ ଶକ୍ତିକୁ ପ୍ରୟୋଗ କରି ଚାଷ ଜମିକୁ ଅମଳକ୍ଷମ କରିବା ପାଇଁ ରାଜ ଯୋଗର ଅଭ୍ୟାସ କରାଇଥିଲେ l କାର୍ଯ୍ୟକ୍ରମରେ ସଫଳ ଚାଷୀ ଭାଇ….. ଶ୍ୟାମ ସୁନ୍ଦର ଦୋରା, ରାମ ପ୍ରସାଦ ନାହାକ, ରାଘବ ସିୟ, ଫକୀର ଜେନା, ମଦନ ଗୌଡ଼, ମଙ୍ଗୁଳୁ ସାହୁ, ଶତୃଘ୍ନ ନାହାକ, ଶରତ ଚନ୍ଦ୍ର ଜେନା… ଙ୍କୁ ସମ୍ମାନିତ କରାଯାଇଥିଲା l

ବ୍ରହ୍ମା କୁମାର ସତ୍ୟ ପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ବ୍ରହ୍ମା କୁମାର ଶାନ୍ତନୁ ଧନ୍ଯବାଦ ଅର୍ପଣ କରିଥିଲେ l ବ୍ରହ୍ମକୁମାର ବୁଲୁ ସ୍ୱାଗତ୍ ସଙ୍ଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମରେ ପ୍ରତିନିଧି ତଥା ଆସ୍କା, ଧରାକୋଟ, ଶେରଗଡ ଓ କବିସୂର୍ଯ୍ୟନଗର ବ୍ଲକର ଶତାଧିକ କୃଷକ ଭଉଣୀ ଭାଇ ଯୋଗ ଦେଇଥିଲେ l ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ସମସ୍ତ ଭଉଣୀ ଭାଇ ଏଥିରେ ରେ ସହଯୋଗ କରିଥିଲେ l

    Related News

    Follow Us