ନୂଆପଡା (sangharsatv)-: ବିରବଲ ପ୍ରଧାନ:ଆଜି ସ୍ଥାନୀୟ ପୋଲିସ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ବଡ ଧୁମ ଧାମ ରେ ପାଳିତ ହେଉଛି, ଏହି ପାଳିତ ଉତ୍ସବରେ ନୂଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତି ସାୟ ଏବଂ ନୂଆପଡା ଏସପି ଶ୍ରୀଯୁକ୍ତ ଗୁଣ୍ଡଲା ରେଡ଼ି ରାଘବେନ୍ଦ୍ର ଉପସ୍ଥିତ ରହି ଫିତା କାଟି ଏହି ଉତ୍ସବର ତଥା କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ କରି ଆୟୋଜିତ ସଭାରେ ଯୋଗଦାନ କରି ଚାଷୀ ମାନଙ୍କୁ ଶୁଭେଚ୍ଛା ଦେବା ସହ ଉନ୍ନତ ମାନର କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀ ମାନେ ନିଜ ଚାଷକୁ ଦୁଇଗୁଣିତ କରି ଲାଭବାନ ହୁଅନ୍ତୁ ବୋଲି ଆହ୍ୱାନ ଦେବା ସହ ଜିଲ୍ଲାରେ ଧୀରେ ଧୀରେ ମାଣ୍ଡିଆ ଚାଷର ଚାହିଦା ଦେଖିବାକୁ ମିଳୁଥିବାବେଳେ ଜିଲ୍ଲାର ଉପାନୁ ଅଞ୍ଚଳ ଏବଂ ଅଭୟାରଣ୍ୟ ଲାଲଗଡ଼ (ସୁନାବେଡା)ରେ ଷ୍ଟ୍ରବେରି ଚାଷ, ମାଣ୍ଡିଆ ଚାଷ କରି ସେଠାକାର ଅନେକ ଚାଷୀ ଲାଭବାନ ହେଉଥିବାର ଉଦାହରଣ ଦେଇ ଜିଲ୍ଲାର ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା । ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥ୍ ଭାବରେ ଜିଲ୍ଲା ମିଶନ ପ୍ରକଳ୍ପ ରାମଚନ୍ଦ୍ର ତାଣ୍ଡି, ଜିଲ୍ଲା କୃଷି ଆସିଷ୍ଟାଣ୍ଡ ପଦ୍ମଲୋଚନ ମାଝୀପ୍ରମୁଖ ଉପସ୍ଥିତ ରହି ଚାଷୀ ମାନେ ଉନ୍ନତ ମାନର କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷ କାମକୁ ଆଗକୁ ନେଇ ଲାଭବାନ ହେବ ପାଇଁ ଆହ୍ବାନ ଦେଇଥିଲେ । ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ସହକାରୀ କୃଷି ଅଧିକାରୀ ଦିପାଶ୍ରୀ ମଣ୍ଡଳ ଏବଂ ପରେଶ ପଣ୍ଡା (ବିଏଓ) ମଞ୍ଚ ପରିଚାଳନା କରିଥିଲେ । ଏଥିରେ କଲେଜ ଅଫ ଏଗ୍ରିକଲଚର ଭବାନୀପାଟଣା କଲେଜ ଅଫ ଏଗ୍ରିକଲଚର ଭୁବନେଶ୍ବର କଲେଜ ଅଫ ହର୍ଟିକଲଚର ଡିପ୍ଲୋମାର କୃତି କୃଷି ଛାତ୍ର/ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥ୍ ସମ୍ମାନିତ କରିଥିଲାବେଳେ କୃଷି କ୍ଷେତ୍ରରେ ଉନ୍ନତ ସ୍ବୟଂ ସହାୟିକା, ସହାୟକ ଗୋଷ୍ଟିର ସଦସ୍ୟ | ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ ତଥା କର୍ମଚାରୀ ଏବଂ ଅନେକ ସଂଖ୍ୟାରେ ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାବେଳେ କୃଷି ଉପକରଣ ଓ ବିଭିନ୍ନ କୃଷି ଯନ୍ନପାତି ମେଳାର ଲୋକେ ଲାଭ ଉଠାଇବା ସହ ସନ୍ଧ୍ୟା 5ଟାରୁ 7ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଲାଭ ଉଠlଉଛନ୍ତି