Search
Close this search box.

ଆସିକା ବନାଞ୍ଚଳରେ ସରିଲା ହାତୀ ଗଣନା

0
SHARES
31
VIEWS

ଆସିକା : ଆସିକା ବନବିଭାଗ ପକ୍ଷରୁ ଗତ ୩ ଦିନ ଧରି ଚାଲିଥିବା ହାତୀଗଣନା କାର୍ଯ୍ୟ ଶେଷ ହୋଇଯାଇଛି । ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନସ୍ଥ ଆସିକା ବନାଞ୍ଚଳ ଅଧୀନରେ ଧରାକୋଟ, ଆସିକା, ଶେରଗଡ, ଷଡଙ୍ଗୀପଲ୍ଲୀସେକ୍ସନ ରହିଥିବା ବେଳେ ଷଡଙ୍ଗୀପଲ୍ଲୀ ସେକ୍ସନର ବାଦଗଡ଼ ବିଟ୍ ନିକଟରେ ଗତ ୨୨ ତାରିଖ ଦିନ ଗୋଟିଏ ଦନ୍ତା ହାତୀ ଓ ୪ଟି ମାଈ ହାତୀକୁ ମିଶାଇ ମୋଟ ୫ଟି ହାତୀ ଚିନ୍ନଟ କରାଯାଇଥିଲା ବୋଲି ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ହାତୀ ଗଣନା ପାଇଁ ଆସିକା ବନ ବିଭାଗ ପକ୍ଷରୁ ୧୫ଟି ୟୁନିଟ୍ ଗଠନ କରାଯାଇଥିଲା ବେଳେ ଦୁଇଟି ମଞ୍ଚା
ତିଆରି ହୋଇଥିଲା। ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡାଙ୍କ ନେତୃତ୍ୱରେ
ଷଡଙ୍ଗୀପଲ୍ଲୀ ବନପାଳ ପି.ସୁରଜ୍ କୁମାର, ରାଜେନ୍ଦ୍ର ରାଉତଙ୍କ ସମେତ ହାତୀ
ଗଣନା କାର୍ଯ୍ୟରେ ନିୟୋଜିତ ଥିବା ବନ କର୍ମଚାରୀମାନେ ଗତ ବୁଧବାର
ଠାରୁ ଜଙ୍ଗଲରେ ବୁଲିବା ସହ ମଞ୍ଚରେ ରହି ହାତୀ ଗଣନା କରିଥିଲେ । ହାତୀ
ଗଣନା ସମୟରେ ଛୁଆ, ମାଈ, ମାଖୁନା, ଦନ୍ତା ହାତୀ ଉପରେଗଣନା କରାଯାଇଥିଲା । ଗତ୨୨ ତାରିଖଦିନ ଆସିକା ବନାଞ୍ଚଳର ଷଡଙ୍ଗୀପଲ୍ଲୀ ସେକ୍ସନର ବାଦଗଡ଼ ବିଟ୍ ନିକଟରେ ୫ଟି ହାତୀଙ୍କୁ ଠାବ କରାଯାଇଥିବା ଜଣାପଡିଛି।

    Related News

    Follow Us