ଧରାକୋଟ,29/12/23
ଧରାକୋଟ ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଡ଼ା ବିଲି ପରିସରରେ ଦୁଇ ଦିନିଆ ଯଲି ଫୋନିକ୍ସ୍ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ଲିଙ୍ଗରାଜ ସ୍ବାଇଁ ଏହି ଶିବିରକୁ ଉଦ୍ଘାଟନ କରି ଯଲି ଫନିକ୍ସ୍ ର ଉଦେଶ୍ୟ ,ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏ ବି ଇ ଓ ପ୍ରଦୀପ କୁମାର ହୋତା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ବଳ ଶିକ୍ଷକ ପୀତବାସ ବିଶ୍ବାଳ, ପ୍ରମୋଦ ପ୍ରଧାନ ପ୍ରଶିକ୍ଷାର୍ଥୀ ମାନଙ୍କୁ ଯଲି ଫୋନୀକ୍ସ ଉପରେ ବିସ୍ତୃତ ଓ ସରଳୀକୃତ ଭାବରେ ତାଲିମ ପ୍ରଦାନ କରିଥିଲେ। ଦ୍ଵିତୀୟ ଦିବସରେ ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ ଓ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର ତାଲିମ ପ୍ରଦାନ କରି ଯଲି ଫୋନିକସ ହେଉଛି ପ୍ରାରମ୍ଭିକ ଇଂରାଜୀ ଶିକ୍ଷାର ଏକ ବଳିଷ୍ଠ ମାଧ୍ୟମ,ଯାହାଦ୍ଵାରା ଜଣେ ଶିଶୁ ଇଂରାଜୀ ଶବ୍ଦର ଉଚ୍ଚାରଣ ସରଳୀକୃତ ଭାବରେ କରିପାରିବ । ଇଂରାଜୀ ଭାଷା ଶିଖିବା ଓ ଶିଖାଇବା ର ଏହା ଏକ ଉତ୍ତମ ପଦକ୍ଷେପ ଯାହାଦ୍ଵାରା ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଭାଷା ଶିକ୍ଷାର ଦକ୍ଷତାକୁ ଆନନ୍ଦମୟ ପରିବେଶ ରେ ବିକାଶ କରିପାରିବେ । ଯଲି ଫୋନୀକ୍ସ୍ ଦ୍ବାରା ପିଲାଏ ଇଂରାଜୀ ଭାଷା କୁ ଶୁଦ୍ଧ ଭାବରେ ପଢ଼ି ପାରିବେ ଓ ଲେଖି ପାରିବେ । ସି ଆର ସି ସି ଅରୁଣ କୁମାର ସେଠୀ ଏହି ଶିବିରର ପରିଚାଳନା କରିଥିଲେ।