Search
Close this search box.

ସୁନାଥର ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଙ୍କ ମନମାନି ଯୋଗୁଁ ଗ୍ରାମ ବାସୀଙ୍କ ବୈଠକ

0
SHARES
2
VIEWS

ସୁନାଥର ଗ୍ରାମରେ ହାଇସ୍କୁଲ ଶିକ୍ଷକ ଙ୍କ ମନ ମାନି ସ୍କୁଲ ଅର୍ଥ ହରି ଲୁଟ ଉଦ୍ୟମ  ଯୋଗୁଁ ପୂର୍ବ ଅଭିଯୋଗ ପ୍ରକାରେ ଗୋଷ୍ଠୀ ଶିକ୍ଷାଧିକାରୀ ପୁରୁଷୋତ୍ତମପୁର ଙ୍କ ଦ୍ଵାରା ବାପୁଜୀ ହାଇସ୍କୁଲ୍ ସୁନାଥର ଠାରେ ଏକ ବୈଠକ ଆହୁତ ହୋଇଥିଲା। ଏଥିରେ ଶତାଧିକ ଅଭିଭାବକ, ମହିଳା, ଯୁବକ ଏବଂ ଭଦ୍ରକ ବ୍ୟକ୍ତିମାନେ ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ଏବଂ ସ୍ଵେଚ୍ଛାଚାରିତା ବିରୋଧରେ ବିଷୋଦଗାର କରିଥିଲେ। ଗ୍ରାମବାସୀଙ୍କ ଉଦ୍ୟମ ଓ କଷ୍ଟ ଲବ୍ଧ ଧନରେ ଗଢି ଉଠିଥିବା ଏହି ବିଦ୍ୟାଳୟ ବର୍ତ୍ତମାନ ପ୍ରଧାନ ଶିକ୍ଷକଙ୍କ ଯୋଗୁଁ ଦୁର୍ନୀତିର ଗନ୍ତାଘର ପାଲଟିଛି ଏବଂ ଛାତ୍ର ଛାତ୍ରୀଙ୍କ ଶିକ୍ଷାରେ ଅବନତି ଘଟିଛି। ବିଗତ ଦିନରେ ଏହି ଦୁର୍ନୀତିର ପ୍ରତିବାଦ କରିବାରୁ ଜନୈକ ଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଅଭିଯୋଗ ଅଣାଇ ଏଠାରୁ ହିନ୍ଦୀ ଶିକ୍ଷକଙ୍କୁ ଅନ୍ୟତ୍ର ପଠାଇ ଦେଇଛନ୍ତି।

ଏହାକୁ ଗ୍ରାମର ସମୁହ ଜନତା ଘୋର ବିରୋଧ କରିବା ସହ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ହଟାଇ ଯୋଗ୍ୟ ଶିକ୍ଷକଙ୍କୁ ଦାୟିତ୍ୱ ଦେବା ସହ ଛାତ୍ର ଛାତ୍ରୀଙ୍କ ପ୍ରିୟ ର ହିନ୍ଦୀ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଦୃଢ ଦାବି ଉପସ୍ଥାପନ କରିଛନ୍ତି। ଅନୁସନ୍ଧାନ କରିବାକୁ ଆସିଥିବା ଅଧିକାରୀ ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି। କିନ୍ତୁ ଆଗାମୀ ୧୫ ଦିନ ମଧ୍ୟରେ ଯଦି ଏହାର ସମାଧାନ ନହେଲେ ସ୍କୁଲ ଅଫିସ୍ ରେ ତାଲାବନ୍ଦ କରିବାକୁ ଉପସ୍ଥିତ ଥିବା ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

    Related News

    Follow Us