Search
Close this search box.

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମହିଳାମାନଙ୍କ ପାଇଁ ଏଲ୍‌ଏମଭି ଗାଡ଼ିଚାଳନା ପ୍ରଶିକ୍ଷଣ

0
SHARES
7
VIEWS

ଯୋଡ଼ା, ମଇ ୭/୨୪(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ସ୍ଥାନୀୟ ଯୁବତୀମାନଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ର କଳମଙ୍ଗ ୟୁନିଟ୍ ପକ୍ଷରୁ କଳମଙ୍ଗ ଏବଂ ଗନ୍ଧଲପଦା ଅଞ୍ଚଳରେ ସ୍ଥାନୀୟ ଯୁବତୀ/ମହିଳାମାନଙ୍କ ପାଇଁ ହାଲୁକା ମୋଟର ଯାନ (ଏଲ୍‌ଏମଭି) ଗାଡ଼ିଚାଳନା (ଡ୍ରାଇଭିଂ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଂଚଳର ମହିଳାମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଗାଡ଼ିଚାଳନା ପ୍ରଶିକ୍ଷଣ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଦକ୍ଷତା ପ୍ରଦାନ କରିବା । ଟାଟା ଷ୍ଟିଲ ଫାଉଣ୍ଡେସନ ସହାୟତାରେ ଏହି ଅଞ୍ଚଳର ୩୦ ଜଣ ମହିଳା ପ୍ରାର୍ଥୀଙ୍କୁ ଏକ ମାସ ପାଇଁ ଏଲ୍ଏମଭି ଗାଡ଼ି ଚାଳନା ମା’ ଭବାନୀ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ ସହଯୋଗିତାରେ ପ୍ରଶିକ୍ଷଣ ଦିଆଯାଇଥିଲା I ଟିଏସଏଫ ପାରିପାର୍ଶ୍ୱିକ ଗ୍ରାମରେ ରହୁଥିବା ୧୮ରୁ ୩୫ ବର୍ଷ ବୟସର ମହିଳାମାନଙ୍କ ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ରାଜ୍ୟ ମଧ୍ୟରେ ତାଲିକାଭୁକ୍ତ ଏଲ୍ଏମଭି ଡ୍ରାଇଭିଂ ଅନୁଷ୍ଠାନ ମାଧ୍ୟମରେ କରାଯାଇଛି ।ନିକଟରେ କେନ୍ଦୁଝର ଜିଲ୍ଲାର ଗୁଆଲି ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଗାଡି ପ୍ରଶିକ୍ଷଣ ରେ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଥିବା ୨୭ ଜଣ କୃତି ମହିଳାଙ୍କୁ ସାର୍ଟିଫିକେଟ ଏବଂ ଗାଡ଼ି ଚାଳନା ଲାଇସେନ୍ସ ପ୍ରଦାନ କରାଯାଇଥିଲା Iଏ ସମ୍ପର୍କରେ କେନ୍ଦୁଡିହି ଗ୍ରାମର ମିତାରାଣୀ ନାଏକ କହନ୍ତି, ” ଟିଏସ୍ଏଫ୍ ର ଏଭଳି ପ୍ରଶିକ୍ଷଣ ଆମ ମାନଙ୍କର ମନୋବଳ ବୃଦ୍ଧି କରାଇବା ସହ ଆମକୁ ରୋଜଗାର କରିବା ର ନୂଆ ବାଟ ଦେଖାଇଛି I ଏଥିପାଇଁ ଟି ଏସ୍ ଏଫ୍ କୁ ଧନ୍ୟବାଦ I”କଳମଙ୍ଗ ଗ୍ରାମର ପୁନମ ବେହେରା ମଧ୍ୟ ସମାନ ମତ ଦିଅନ୍ତି I “ଗାଡି ଚାଳନା ଭଳି ପୁରୁଷ କୈନ୍ଦ୍ରିକ ବୃତ୍ତି ରେ ଆମେ ମଧ୍ୟ କାନ୍ଧ ମିଶାଇ ଚାଲିବାର ସୁଯୋଗ ପାଇଛୁ I ଏହା ଆମ ପାଇଁ ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ I”ଏହି ଗାଡ଼ିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୁରୁଷ ପ୍ରାଧାନ୍ୟ ପରିବହନ ବିକଳ୍ପରେ ଉନ୍ନତି ଆଣିଛି ଯାହା ମହିଳାମାନଙ୍କୁ ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ଏବଂ ନିଯୁକ୍ତି ଏବଂ ଅତ୍ୟାବଶ୍ୟକ ସେବା ପାଇବାରେ ସକ୍ଷମ କରିଛି । ଏହାବ୍ୟତୀତ,ସାମାଜିକପ୍ରତିବନ୍ଧକଗୁଡ଼ିକର ସମାଧାନ କରିବା ସହ ଏହା ଲିଙ୍ଗଗତ ସମାନତା ଓ ସଶକ୍ତୀକରଣ ଏବଂ ଅଧିକ ଅନ୍ତର୍ଭୁକ୍ତୀକରଣ ସମାଜକୁ ପ୍ରୋତ୍ସାହିତ କରୁଛି ।ଟାଟା ଷ୍ଟିଲ ଫାଉଣ୍ଡେସନ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ଏବଂ ଏହା ସାମାଜିକ ଦାୟିତ୍ୱବୋଧ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ।

    Related News

    Follow Us