*ବିଶ୍ବ ଶିଶୁଶ୍ରମିକ ବର୍ଜନ ଦିବସରେ ଶିଶୁ ପ୍ରତିଭା ଆରାଧ୍ଯା ତ୍ରିପାଠୀଙ୍କ ଦ୍ବାରା ଶିଶୁ ଶ୍ରମିକ ମୁକ୍ତଭାରତର ଚିତ୍ରାଙ୍କନ ଏବଂ ଭାଷଣା ଦ୍ବାରା ସତର୍କତା*ବାସ୍ତବରେ ଆଜିର ଶିଶୁ ଆଗାମୀକାଲିର ଭବିଷ୍ଯତ ଅଟନ୍ତି | କିନ୍ତୁ ସେହିଶିଶୁକୁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନଭାବେ ଭବିଷ୍ଯତ ଗଠନ କରିବା ନିମନ୍ତେ ଶିଶୁଙ୍କୁ ପ୍ରତ୍ଯେକ କଣରୁ ସମସ୍ତଙ୍କର ସହଯୋଗ ରହିଥିବା ବେଳେ ଆଜିତାହାକୁ ଚେତାବନି ଏବଂ ମନେପକାଇବାପାଇଁ ଆଜି ସାରାବିଶ୍ବରେ ବିଶ୍ବ ଶିଶୁଶ୍ରମିକ ବର୍ଜନ ଦିବସ ରୂପେ ପାଳନ କରାଯାଉଛି | ଏହିପରିପକ୍ଷରେ ମଦର୍ସପବ୍ଲିକ ସ୍କୁଲର ୬ଷ୍ଠ ଶ୍ରେଣୀର ଜଣେ ଆଦର୍ଶ ଛାତ୍ରୀ ଆରାଧ୍ଯା ତ୍ରିପାଠୀଙ୍କ ଦ୍ବାରା ନିଜହାତରେ ପ୍ରସ୍ଥୁତ କରିଥିବା ଚିତ୍ରାଙ୍କନ ମାଧ୍ଯ୍ଯମରେ ଶିଶୁଶ୍ରମିକର ଚିତ୍ର କରି ବୁଝାଇବୁଝାଇ କହିଥିଲେ ଯେ ଶିଶୁମାନଙ୍କର ସଠିକ ଚିକିତ୍ସା ସହିତ ଉପଯୁକ୍ତ ପାଠପଢାଇ ସେମାନଙ୍କର ଭବିଷ୍ଯତ ଗଠନକରିବା ଶିଶୁଙ୍କର ଅଭିଭାବକ ଏବଂ ପିତାମାତାଙ୍କର ପ୍ରଥମ ଲକ୍ଷ୍ଯ ଅଟେ | ଶିଶୁମାନଙ୍କୁ ଶ୍ରମିକ କରି ଭବିଷ୍ଯତକୁ ଅନ୍ଧାରନକରି ପାଇଁ ଚିତ୍ରାଙ୍କନରେ ଚିତ୍ର କରିଥିଲେ ତାହା ସହିତ ଶିଶୁକନ୍ଯାଙ୍କୁ ଶ୍ରମିକ କରି ୧୮ବର୍ଷ ପୂର୍ବରୁ ବିବାହ ନକରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ | ଗୋଟିଏ ଗ୍ରାମରେ ଗୋଟିଏ ନାରୀ ଶିକ୍ଷିତ ହେଲ ସେହି ଗ୍ରାମରେ ସମସ୍ତେ ଶିକ୍ଷିତ ବୋଲି ବୁଝାଯାଇଥାଏ | ଶିଶୁଙ୍କ ପାଇଁ ସରକାରଙ୍କ ତରଫରୁ ବହୁତ ଯୋଜନା ଉପଲବ୍ଧ ରହିଛି | ସେଥିପାଇଁ ଆମ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ଦାମଦୋର ଦାସ ମୋଦୀ ବେଟିବଞ୍ଚାଅ ବେଟିପଠାଇ ସ୍କିମ ଭାରତବର୍ଷରେ ପ୍ରଚୋଳନ କରି ଶିଶୁକନ୍ଯାମାନଙ୍କର ଶରୀରର ଯତ୍ନ ଏବଂ ଶିକ୍ଷ୍ଯାକ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି | ଆସନ୍ତୁ ସମସ୍ତେ ଏକ ହେବା ଆମ ଶିଶୁଶ୍ରମିକକୁ ସମ୍ପୂର୍ଣଭାବେ ବର୍ଜନ କରି ଶିଶୁଶ୍ରମିକକୁ ମୁକ୍ତ କରିବା | ଜୟ ହିନ୍ଦ