ଆଜି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ବାଳକାଟିଠାରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ ତନ୍ମୟ ତ୍ରିପାଠୀ ଓ Counsellor ଶର୍ମିଷ୍ଠା, ଶ୍ରଦ୍ଧା ପରାମର୍ଶ ଓ ପରୀକ୍ଷା କ୍ଲିନିକ ଉଦଘାଟନ କରିଥିଲେ , ଡ଼ଃ ମାନବ,ଡ଼ଃ. ଡେଭିଦତ୍ତା,ଜନସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ ସେଠି, ଅାରବିଏସକେ ଏନଏଚମ ଓ ସିଏଚସୀ ର ଅନ୍ୟ ଷ୍ଟାଫମାନେ ଉପସ୍ତିତ ଥିଲେ | ଏହି ଶ୍ରଦ୍ଧl କ୍ଲିନିକ ସହିତ ଏକ ପରୀକ୍ଷଣ କ୍ଲିନିକ ବି ମିଶିଥିଲେ | ଏଇ ଶ୍ରଦ୍ଧା କ୍ଲିନିକ କିଶୋରୀ ବାଳିକା ମାନଙ୍କୁ ନିଃଶୁଳକ ଭାବରେ ସ୍ୱାସ୍ଥ୍ୟଜନିତ ସୁବିଧା, ଅସୁବିଧା ଉପରେ ପରାମର୍ଶ ବିସ୍ତୃତ ଭାବରେ ଦିଆଯାଏ ଓ ଦରକାର ପଡିଲେ ପରୀକ୍ଷା ଭି କରାଯାଇଥିଲା | ଅସୁରକ୍ଷିତ ସମ୍ବନ୍ଧ ବିଷୟରେ କଣ୍ଡୋମ ବ୍ଯବହାର ବିଷୟରେ କିଶୋର ବାଳକ ମାନଙ୍କୁ ଯାହା ଦ୍ୱାରା ସୁରକ୍ଷିତ ସମ୍ବନ୍ଧ ହୋଇପାରିବ, ଯୌନ୍ଯ ରୋଗ ସଂକ୍ରମିତ ହେବନି, ଗର୍ଭଧାରଣରୁ କିଶୋରୀ ମାନେ ବଞ୍ଚିତ ହେଇପlରିବେ | କଣ୍ଡୋମ ନିଃଶୁଳ୍କ ଭାବରେ ପାଇପାରିବେ ନିଜର ପରିଚୟ ଗୁପ୍ତ ରଖି ଶ୍ରଦ୍ଧା କ୍ଲିନିକରୁ ଏକ ବକ୍ସ ଭିତରେ ରଖାଯାଉଅଛି | ଏହାର ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ଅଟେ | ଗତକାଲି ରାତି ୧୦ଟା ପର୍ଯ୍ଯନ୍ତ ବିପିଏମ ବ୍ଲକ ପ୍ରୋଗାମ ମ୍ଯାନଜର ଅତସି ମୋହାନ୍ତି,ଡକ୍ଟର ମାନସ ସାର ଏବଂ ଆଟେଣ୍ଡାଡ ସୁସାନ୍ତ ମଲ୍ଲିକ ଉପସ୍ତିତ ରହି ଶ୍ରର୍ଦ୍ଧାକ୍ଲିନିକର ସାଜସଜ୍ଜା କରି ଏଲଡି ବ୍ଯବସ୍ତା କରାଇଥିଲେ | ଏହି ଏଲଡି ଦ୍ବାରା ସ୍ୱାସ୍ଥ୍ୟ ଜନିତ ଚଳଚିତ୍ର,ଗୁରୁତ୍ବପୂର୍ଣ୍ଣ ସୂଚନା ସହିତ ଅନ୍ଯ ତଥ୍ଯ ଯୋଗାଇ ଦିଆଯାଏ | ଆଜି ବହୁମାତ୍ରାରେ କିଶୋରୀ ବାଳିକା ମାନେ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ପରାମର୍ଶ ପାଇଁ ଆସିଥିଲେ | ସେହିମାନଙ୍କୁ ଜଳପାନ କରେଇ ଶର୍ମିଷ୍ଠା ମେଡମ ପରାମର୍ଶ ଦେଇଥିଲେ ଓ କେମିତି ସୁସ୍ଥ ରହିବେ, ଅସୁସ୍ଥ ହେଲେ କଣ କରିବେ, ମାସିକାଧର୍ମ ବେଳେ କଣ ପ୍ରତିକାର କରିବେ, ଖୁସି ସେନିଟାରୀ ପେଡ ବ୍ୟବହାର କରିବେ ଯାହାପାଇଁ ସେମାନଙ୍କୁ ଖୁସି ପେଡ ଦିଆଯାଇଥିଲା ଡ଼ଃ ତନ୍ମୟ ତ୍ରିପାଠୀ ସେହିମାନଙ୍କୁ ସ୍ୱାସ୍ଥ୍ୟ ଉପରେ ପରାମର୍ଶ ଦେଇଥିଲେ. ଶର୍ମିଷ୍ଠା ମ୍ଯାଡମ ତାଙ୍କୁ ଯୌନ ଜନିତ ରୋଗ, HIV, ଇତ୍ୟାଦି ଉପରେ ବୁଝେଇଥିଲେ ଓ ତାହାର ଲକ୍ଷଣ, ପ୍ରତିକାର ଓ ଚିକିତ୍ସା କଉଠୁ ପାଇବେ ତାହା ବୁଝେଇଥିଲେ, ଅାଉ ଜଣେଇଥିଲେ କି ଏହା ସବୁ ପରୀକ୍ଷା ନିଃଶୁଳ୍କ ଭାବରେ ଶ୍ରଦ୍ଧା କ୍ଲିନିକରେ ମିଳେ ତାଙ୍କର ଫୋନ ନମ୍ବର ଓ HIV AIDSର ନିଃଶୁଳ୍କ ନମ୍ବର ୧୦୯୭ ଦେଇଥିଲେ ଯେମିତିକି କିଶୋରୀ ମାନେ ନିଜକୁ ଗୋପନରଖି ନିଜର ଅସୁବିଧା ଫୋନେ ମାଧ୍ୟମରେ ଜଣାଇ ଓ ପରାମର୍ଶ ନେଇପାରିବେ ଏହି ସେବା ସବୁଦିନ ସବୁ ସମୟ ପାଇଁ ଉପଲବ୍ଧ ଅଟେ |
ଶେଷରେ ଜଳପାନ କରାଯାଇ କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା |