Search
Close this search box.

ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ଅନୁଷ୍ଠିତ

0
SHARES
7
VIEWS

ତା -୧୦|୩|୨୦୨୪ ଆସିକା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲାର ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ,ଆସିକା ଠାରେ ଅନୁଷ୍ଠିତ ହୋଇଯାଇଛି। କଳା ପ୍ରତି ରୁଚି ରଖୁଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଏ. ଯୁଧିଷ୍ଠିର ଦୋରା ଯୋଗ ଦେବା ସହ ଗଂଜାମ ବିଭାଗ ସଂଯୋଜକ ଅନିଲ କୁମାର ସ୍ବାଇଁ, ଜିଲ୍ଲା ପ୍ରମୁଖ ଦେବାଶିଷ ସାହୁ, ଜିଲ୍ଲା ସଂଯୋଜକ ରାକେଶ ଜେନା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ଯରେ ବିଭାଗ ସଂଗଠନ ମନ୍ତ୍ରୀ ଟୁକୁନା ମଲ୍ଲିକ, ପୂର୍ବତନ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ତ୍ରିପାଠୀ, ଛାତ୍ର ନେତା ରାହୁଲ ବେହେରା ଯୋଗଦେଇଥିଲେ । ସାଇଶ୍ବରୀ ରଥ ମଂଚ ପରିଚାଳନା କରିଥିଲେ। ନୃତ୍ୟ ,ସଂଗୀତ, ଭାଷଣ, ଝୋଟି,ଏକକ ଅଭିନୟ ଆଦିରେ କୃତିତ୍ବ ଛାତ୍ରଛାତ୍ରୀ ଆଗାମୀ ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ କଳା ପ୍ରଦର୍ଶନ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପକ ସେଠୀ ସହ ଓ ସାଂଗଠନିକ ଜିଲ୍ଲାରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

    Related News

    Follow Us