ବାଳକାଟି :- ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ସରକାରଙ୍କ ତରଫରୁ ଆଜି ମାଗଣାରେ ୩୫ଟି ଚାଳିଶିଆ ଚଷମା ବଣ୍ଟନ କରାଯାଇଅଛି | ସେଥିରେ ଖୋର୍ଦ୍ଧା ଜିଲ୍ଲା ଡିପିଏମ ଡାକ୍ତର ଅଜୟ ସିଂ ଓ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀ ଓ ଚକ୍ଷୁ ସହାୟକ ଗୌତମ ଦାସ ଉପସ୍ଥିତ ରହି ଶିବିରଟିକୁ ପରିଚାଳନା କରିଥିଲେ | ଖୋର୍ଦ୍ଧା ଜିଲ୍ଲା ଡିପିଏମ ଡାକ୍ତର ଅଜୟ ସିଂ ବୁଝାଇ ବୁଝାଇ କହିଥିଲେ ଯେ ବୟସ ବଢିବା ସହିତ ଶରୀରର ଅନ୍ୟ ଅଙ୍ଗ ସହିତ ଆଖିର ଯତ୍ନ ନେବା ନିହାତି ଜରୁରୀ। ଯଦି ଆପଣ ୪୦ବର୍ଷ ଅତିକ୍ରମ କରିସାରିଲେଣି ତେବେ ଆଖିକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ। ବୟସ ବଢିବା ସାଙ୍ଗକୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଘଟିଥାଏ। ବିଶେଷ କରି ଯେତେବେଳେ ଆପଣ ୪୦ବର୍ଷରେ ପ୍ରବେଶ କରୁଛନ୍ତି ସେତେବେଳେ ଅନ୍ୟ ଅଙ୍ଗ ଭଳି ଆଖି ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ଦିନ ଆମେ କରୁଥିବା କିଛି କାର୍ଯ୍ୟ ଆଖିର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯେଉଁଥିପାଇଁ ଆମେ ଆଖିର ବିଶେଷ ଯତ୍ନ ନେବା ଉଚିତ। ୪୦ବର୍ଷ ବୟସ ପରେ ଆଖି ଠିକ୍ ରଖିବା ପାଇଁ ସମୟ ସମୟରେ ପରୀକ୍ଷା କରାଇବା ଜରୁରୀ। ଏହା କରିବା ଦ୍ୱାରା ଆପଣଙ୍କ ଆଖିରେ କିଛି ଅସୁବିଧା ବା ସମସ୍ୟା ଥିଲେ ତାହା ଜାଣିବା ସହ ସଠିକ୍ ସମୟରେ ଚିକିତ୍ସା କରାଇପାରିବେ | ଶେଷରେ ଏହି କାର୍ଯ୍ଯକ୍ରମକୁ ଜନସାଧାରଣମାନେ ବହୁତ ପ୍ରଶଂସା କରି ଡିପିଏମ ଡାକ୍ତର ଅଜୟ ସିଂ,ଡାକ୍ତର ତନ୍ମୟ ତ୍ରିପାଠୀ ଏବଂ ଚକ୍ଷୁ ସହାୟକ ଗୌତମ ଦାସଙ୍କୁ ଧନ୍ଯବାଦ ଜଣାଇଥିଲେ |