Search
Close this search box.

ନାଚୁଣୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସଭା

0
SHARES
20
VIEWS

ନାଚୁଣୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସଭା…..ଗୁରୁବାର ୧୨:୦୦ ଘଟିକା ସମୟରେ ନାଚୁଣୀ ନିକଟସ୍ଥ ସିଙ୍ଗିପୁର ପୂଜା ମଣ୍ଡପ ପ୍ରାନ୍ତରରେ ନାଚୁଣୀ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର. ପ୍ରଦୀପ୍ତ କୁମାର ରଥଙ୍କ ଆହ୍ବାନ କ୍ରମେ ନାଚୁଣୀ ମହାବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତଥା ସ୍କାଉଟ୍ ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ‘ନବୀନ ଓଡ଼ିଶା- ଉନ୍ନତ ଓଡ଼ିଶା ‘ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଏକ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋଚନ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗଙ୍ଗାଧରପୁରର ଅଗ୍ନିସେବାବାହୀନି କର୍ମଚାରୀ ଓତାଙ୍କର ମୂଖ୍ୟ ଦଳାଇ ସାର୍ ଓ ଟାଙ୍ଗୀ ଅଗ୍ନିସେବା ଅଫିସର୍ ଫାୟରମ୍ୟାନ୍ ଶ୍ରୀଯୁକ୍ତ ବି.କେ ଦାସ ବିଭିନ୍ନ ପ୍ରକାର ସୁରକ୍ଷା ଓ ବିପର୍ଯ୍ୟସ୍ତ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରାକ୍ଟିକାଲ ପରୀକ୍ଷା କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇଥିଲେ।

ଉକ୍ତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ତ୍ରିପାଠୀ ଓ ନାଚୁଣୀ ମହାବିଦ୍ୟାଳୟର ନୋଡାଲ ଅଫିସର୍ ଅଧ୍ୟାପକ ଗୋଲଖ ବିହାରୀ ବାରିକ୍ ‘ନବୀନ ଓଡିଶା – ଉନ୍ନତି ଓଡ଼ିଶା’ ଉପରେ ଯୁବଶକ୍ତି ଓ ନାରୀ ସଶକ୍ତି କରଣର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ସିଙ୍ଗିପୁର ଓ ଗଙ୍ଗାଧରପୁର ଗ୍ରାମର ଅନେକ ବ୍ୟକ୍ତି ଉପସ୍ଥିତ ରହିବା ସହିତ, ନାଚୁଣୀ ମହାବିଦ୍ୟାଳୟର ରୋଭର ସୂର୍ଯ୍ୟକାନ୍ତ ସାହୁ, ମିଥୁନ ହରିଚନ୍ଦନ ଏବଂ ଆକାଶ ମୁଦୁଲି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡନ କରିଥିଲେ।

    Related News

    Follow Us