ଆସିକା ୨୧/୦୪-ଆଜି କଂଗ୍ରେସ ପକ୍ଷରୁ ଆସିକା ନିର୍ବାଚନ ମଣ୍ଡଳୀର ଆସିକା ଅଞ୍ଚଳର ଜଣାଶୁଣା ପୁରୁଣା ରାଜନେତା ତଥା ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ଶର୍ମା ପୂଅ ଦେବକାନ୍ତ ଶର୍ମା (ଜିଙ୍କୁ) ସାଂସଦ ରୂପେ ନାମ ବିଧିବଦ୍ଧ ଭାବେ ପି ସି ସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିବା ପରେ ତାଙ୍କ ନିକଟକୁ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି l ଦେବକାନ୍ତ ଜଣେ ଉଚ୍ଚ ଶିକ୍ଷିତା,ବରିଷ୍ଠ ଆଇନ ଜିବି ସହ ରାଜନୈତିକ ପରିବାର ରୁ ଆସିଛନ୍ତି l ତାଙ୍କୁ କଂଗ୍ରେସ ସାଂସଦ ଟିକେଟ ମିଳିବା ପରେ ଆସିକା, ହିଞ୍ଜିଳିକାଟୁ, ସାନଖେମୁଣ୍ଡି, କବିସୂର୍ଯ୍ୟନଗର,ଖଲ୍ଲିକୋଟ,ପୋଲସରା,ସୋରଡ଼ା ଆଦି ଅଞ୍ଚଳରୁ ତାଙ୍କ ଶହଶହ ସମର୍ଥକ ତାଙ୍କ ନିକଟରେ ପହଞ୍ଚି ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣେଇଛନ୍ତି l ଦେବକାନ୍ତ ନିଜ ବକ୍ତବ୍ୟରେ କହିଛନ୍ତି ଯେ କଂଗ୍ରେସ ଦଳ ତାଙ୍କ ଉପରେ ଯେଉଁ ଭରସା ରଖି ତାଙ୍କୁ ସାଂସଦ ଟିକେଟ ଦେଇଛନ୍ତି ସେ ସେହି ଭରସା କୁ କାୟମ ରଖି ବିପୁଳ ଭୋଟରେ ବିଜୟୀ ହେବେ l ପ୍ରକାଶ ଥାଉକି ଆସିକା ଏକ ସମ୍ବେଦଶିଳା ନିର୍ବାଚନ ମଣ୍ଡଳୀ ଅଟେ ଏହା ଏକଦା କଂଗ୍ରେସ ର ଗଡ଼ ଥିଲା ତେଣୁ ସବୁବେଳେ ଆସିକା ଚର୍ଚାରେ ରହିଆସୁଛି l ଚଳିତ ନିର୍ବାଚନ ରେ ଆସିକା ଲୋକସଭା ପାର୍ଥି ରୂପେ ବିଜେଡି ରଂଜିତା ସାହୁ ଓ ବିଜେପି ଅନିତା ସୁଭଦର୍ଶନୀ ଙ୍କୁ ଟିକେଟ ଦେଇଛି l