ଧରାକୋଟ 8/1/24 କେନ୍ଦ୍ରସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ସାରା ଦେଶରେ ବିକଶିତ ଭାରତ ସଂକଳ୍ପ ରଥ କାର୍ଜ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଗଞ୍ଜାମ ଜ଼ିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତରେ ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଡାନିଶ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ହବା ପାଇଁ ନିଷ୍ପତି ହୋଇଅଛି । ଏହି ଅବସରରେ
ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ , ଜାହାଡ଼ା ଏବଂ ମାଣିକ୍ୟପୁର ଗ୍ରାମ ପଞ୍ଚାୟତରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଇଂ ପ୍ରଦୀପ କୁମାର ପତ୍ରୀଙ୍କ ନେତୃତ୍ବରେ ସଂକଳ୍ପ ରଥଯାତ୍ରା ଶୁଭାରମ୍ଭ ହୋଇଥିଲା । ଇଂ ପ୍ରଦୀପ ପତ୍ରୀ ଏହି ରଥକୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ସଂପୃକ୍ତ ପଞ୍ଚାୟତର ଗାଁ ଗୁଡିକରେ ରଥ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକର ପ୍ରଚାର କରିଥିଲା।
ଏହି ଅବସରରେ ମାଣିକ ପୁର ପିଇଓ ରମେଶ ଚନ୍ଦ୍ର ପୃଷ୍ଟି, ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ବାଇଁ , ସମିତି ସଦସ୍ୟ ବନବାସ ବେହେରା , ପୂର୍ବତନ ସରପଂଚ
ସୁଧାକର ସ୍ୱାଇଁ, ଜାହାଡ଼ା ସରପଞ୍ଚ ସତ୍ୟବାଦୀ ସ୍ବାଇଁ, ସମିତି ସଦସ୍ୟ ପ୍ରତିନିଧି ବନମାଳୀ ପ୍ରଧାନ, ପି ଇ ଓ ଅଶୋକ କୁମାର ସେଠୀ,ଡାକ୍ତର ଶଙ୍କର ନାରାୟଣ ବେହେରା, ପ୍ରଭାକର ଶତପଥୀ, ଘନଶ୍ୟାମ ମହାନ୍ତି,ମଣ୍ଟୁ ଜେନା, ହରପ୍ରସାଦ ମହାନ୍ତି, ଏବଂ ମାଣିକ୍ୟପୁରର ରୋହିତ ଛଟାଇ,ସୁରେନ୍ଦ୍ର ଛଟାଇଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରାଇବା ପାଇଁ ଆହ୍ବାନ ଦେଇଥିଲେ ।