ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ ।ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି ।ପଶ୍ଚିମବଙ୍ଗର ସାଗର ଦ୍ବୀପରୁ ୨୭୦ କିମି ଦୂରରେ ରହିଛି । ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ
ପଶ୍ଚିମବଙ୍ଗର ସାଗର ଦୀପ ମଧ୍ଯ ଦେଇ ସ୍ଥଳ ଭାଗ ଅତିକ୍ରମକରିବ। ସେତେବେଳେ ବାତ୍ୟାର ପବନ ବେଗ ପୂବ ଘଣ୍ଟା ପ୍ରତି
୧୧୦ରୁ ୧୨୦ କିମି । ଏହା ୧୩୫ କି.ମି ପର୍ଯ୍ୟନ୍ତ ରହିପାରେ ।
ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ଓ ପ୍ରଗଣାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିବ । ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ । କିନ୍ତୁ ଉପକୂଳ ଓଡ଼ିଶାରେ ପବନର ବେଗ ବଢିବ । ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ବାତ୍ୟା ପ୍ରଭାବରେ ରାଜ୍ୟରେ ଆଜିଓ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନ ରହିଛି । ଆଜି କାଲି ପାଇଁ ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳ
ବର୍ଷା ନେଇ ୟେଲୋ ୱାଣ୍ଡିଂ ଜାରି ହୋଇଛି । ସେହିପରି ଆସନ୍ତାକା ଲି ପାଇଁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ
ଜାରି ହୋଇଛି ୟେଲୋ ୱାଣ୍ଡିଂ । ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।