Search
Close this search box.

ମନ୍ଦିର ଗର୍ଭ ଗୃହରୁ ପାଣି ଗଳୁଛି,ଜୁଲାଇ ମାସ ବେଳକୁ ଦେବୀ ଆସ୍ଥାନ ଛାଡିବାକୁ ବାଧ୍ୟ ହେଉଛନ୍ତି

0
SHARES
2
VIEWS

ବାଣପୁର ( sangharsatv ) – : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ପ୍ରସିଦ୍ଧ ମା’ ଭଗବତୀଙ୍କ ବାପ ଘର ମନ୍ଦିର ଆଜି ବିପଦରେ । ପ୍ରତ୍ନତତ୍ତ୍ଵ ବିଭାଗର ଅବହେଳା ପାଇଁ ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରର କାରୁକାର୍ଯ୍ୟ କେବଳ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଯାଇନାହିଁ ବରଂ ଦେବୀଙ୍କ ଆସ୍ଥାନ ବି ଅସୁରକ୍ଷିତ ହୋଇ ପଡ଼ିଛି । ପରିସ୍ଥିତି ଏମିତି ହୋଇ ପଡ଼ିଛି ଯେ ଅସରାଏ ବର୍ଷାରେ ତ୍ରୟୋଦଶ ଶତାବ୍ଦୀର ଏ ମନ୍ଦିର ଗର୍ଭ ଗୃହରୁ ପାଣି ଗଳୁଛି । ଫୁଟେରୁ ଅଧିକ ପାଣିରେ ମା ଙ୍କ ଆସ୍ଥାନ ବୁଡି ଯାଉଛି । ଫଳତଃ ମନ୍ଦିର ଭିତରେ ବି ଦେବୀଙ୍କୁ ବର୍ଷା ଶୁଆଇ ଦେଉନାହିଁ । ଜୁଲାଇ ମାସ ବେଳକୁ ଦେବୀ ଆସ୍ଥାନ ଛାଡିବାକୁ ବାଧ୍ୟ ହେଉଛନ୍ତି ପ୍ରତ୍ନତତ୍ତ୍ଵ ବିଭାଗ ଦାୟିତ୍ୱରେ ଥିବା ଏ ମନ୍ଦିରର ରକ୍ଷଣବେକ୍ଷଣା ଏବେଠୁ କରାନଗଲେ ମନ୍ଦିର କେତେବେଳେ ଯେ ଭୁଶୁଡ଼ି ପଡ଼ିବ ସେନେଇ ସ୍ଥାନୀୟ ଅଞ୍ଚଳ ବାସୀ ଆଶଙ୍କିତ ହୋଇ ପଡ଼ିଛନ୍ତି । ଇତିହାସ କହେ ଏ ମନ୍ଦିରର ମାହାତ୍ମ୍ୟ ହେଉଛି ଗଙ୍ଗ ବଂଶ ସମୟରୁ । ଗଙ୍ଗ ବଂଶ ର ରାଜାମାନେ ଦାକ୍ଷିଣାତ୍ୟ ବିଜୟ କରି ଫେରିବା ପରେ ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ । ମନ୍ଦିରର ଭାସ୍କର୍ଯ୍ୟ ବେଶ୍ ମନଛୁଆଁ , ମନ୍ଦିରରେ ନିର୍ମିତ ଅଷ୍ଟସଖି, ନାଗ ନାଗୁଣୀ, ଶାର୍ଦ୍ଧୁଳ, ଓଲଟ ଗଜ, ବରାଳ ସିଂହ, ଓଲଟ ସିଂହ, ଓଲଟ ଉଡ଼ା ସିଂହ ଅଳସୀ କନ୍ୟା ମାନଙ୍କର ନାଟ୍ୟରତ ଅଙ୍ଗରଙ୍ଗୀ ପ୍ରଭୃତି ଭାସ୍କଯ୍ୟ ଓ କଳାକୃତି କୋଣାର୍କ କାରୁକାର୍ଯ୍ୟ ଭଳି ଜୀବନ୍ତ ଓ ମନୋରମ । ସମଗ୍ର ପୂର୍ବ ଭାରତରେ ଏହା ହେଉଛି ଏକମାତ୍ର ମନ୍ଦିର ଯେଉଁଠାରେ ଦକ୍ଷ ପ୍ରଜାପତି ଙ୍କୁ ପୂଜା କରାଯାଏ । ଏହି ମନ୍ଦିରକୁ ମାଆ ଭଗବତୀ ଙ୍କ ପିତ୍ରାଳୟ ବୋଲି କୁହନ୍ତି । ଏଠି ପୂଜା ପାଆନ୍ତି ମାଆ ଭଗବତୀ ଙ୍କ ଚଳନ୍ତି ପ୍ରତିମା ମା’ କାଠି ଠାକୁରାଣୀ ! ପ୍ରତ୍ୟେହ ମଙ୍ଗଳବାର ପିତ୍ରାଳୟ ରୁ ମା’ ଙ୍କ ଚଳନ୍ତି ପ୍ରତିମା ଦେବୀଙ୍କ ପୀଠକୁ ଆଗମନ ହୁଏ । ମନ୍ଦିରରେ ପୁରାତନତାକୁ ଆଖି ଆଗରେ ରଖି ପ୍ରତ୍ନତତ୍ତ୍ଵ ବିଭାଗ ଏ ମନ୍ଦିରରେ ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ମୁଣ୍ଡେଇ ଥିଲା । ବିଭାଗ ଦାୟିତ୍ୱ ନେବା ପର ଠାରୁ କିନ୍ତୁ ମନ୍ଦିର ଯେମିତି ଛେଉଣ୍ଡ ସ୍ଥିତି କୁ ଚାଲି ଆସିଛି । ମୁଖ୍ୟ ମନ୍ଦିର ଅଗ୍ର ଭାଗରେ ଫାଟ ସୃଷ୍ଟି ହେଲାଣି । ମନ୍ଦିର ଗର୍ଭଗୃହରୁ ଇଟା ଓ ଚୂନ ଅତଡ଼ା ଖସୁଥିବା ବେଳେ ବର୍ଷା ପାଣି ସବୁ ମା’ ଙ୍କ ଆସ୍ଥାନରେ ଜମା ହେଉଛି । ଏଣୁ ବର୍ଷା ଦିନେ ମା’ଙ୍କୁ ଗର୍ଭଗୃହରୁ ବିସ୍ଥାପନ କରିବାକୁ ମନ୍ଦିର କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି । ମନ୍ଦିର ପରିସରରେ ଥିବା ଛୋଟ ବଡ ମନ୍ଦିର ଗୁଡିକ ବି ସମାନ ଅବସ୍ଥାକୁ ଆସିଲାଣି । ଏ ସମ୍ପର୍କରେ ଦକ୍ଷେଶ୍ୱର ଭଗବତୀ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କହିଛନ୍ତି, ମନ୍ଦିରର ଗର୍ଭ ଗୃହ ରୁ ପାଣି ଝରୁଛି । ଯେଉଁଠି ପ୍ରତିମା ସ୍ଥାପିତ ହୋଇଛନ୍ତି , ତାହା ଉପରେ ବର୍ଷା ପାଣି ଗଳୁଛି । ବର୍ଷା ପାଣିରେ ମନ୍ଦିର ଭର୍ତ୍ତି ହୋଇଯାଉଛି । ମା’ ଙ୍କ ଶୟନରେ ବାଧା ସୃଷ୍ଟି ହେଉଛି । ମନ୍ଦିରର ଏ ପ୍ରକାର ଦୂରବସ୍ଥା ସମ୍ପର୍କରେ ପ୍ରତ୍ନତତ୍ତ୍ଵ ବିଭାଗ କୁ ଦୁଇ ଦୁଇ ଥର ଲିଖିତ ଅଭିଯୋଗ କରିଲୁଣି । ଥରେ ମନ୍ଦିରଟିକୁ ଦେଖି ଯିବାକୁ ବାରମ୍ବାର ଅନୁରୋଧ କରି ଥକି ଗଲୁଣି । କିନ୍ତୁ କାହାର ନଜର ନାହିଁ । ଏ ମନ୍ଦିର ହେଉଛି ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତିରାଜି । ଥରେ ଧ୍ୱଂସ ହୋଇଗଲେ ଆଉ ତୋଳିହେବ ନାହିଁ ବୋଲି ଶ୍ରୀ ଦାସ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି ।।

    Related News

    Follow Us