Search
Close this search box.

ଦିବ୍ୟ ଜୀବନ ସଂଘ ପକ୍ଷରୁ ଗୀତା ଯଜ୍ଞ

0
SHARES
5
VIEWS

ବ୍ରହ୍ମପୁର, ୨୪।୧୨ : ଦିବ୍ୟ ଜୀବନ ସଂଘ ମହିଳା ଶାଖା ରାମନଗର ଆଶ୍ରମ ପରିସରରେ ପବିତ୍ର ଗୀତା ଯଜ୍ଞ ଆଶ୍ରମର ବରିଷ୍ଠ ସଦସ୍ୟ ଅରୁଣ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭଗବାନ ଶ୍ରୀକୃଷ୍ଣ ଙ୍କ ମୁଖ ନିସୃତ ବାଣୀ ପବିତ୍ର ଗ୍ରନ୍ଥ ଭଗବତ ଗୀତାର ସମ୍ପୁର୍ଣ୍ଣ ୭୦୦ ଶ୍ଳୋକ ଆବୃତ୍ତି ସହ ଘୃତ ଯଜ୍ଞ କରାଯାଇଥିଲା । ଏଥିରେ ଦକ୍ଷିଣାଞ୍ଚଳ ସମନ୍ଵୟ ସମିତିର କୋଷାଧ୍ୟକ୍ଷ ଶାନ୍ତି ଭୂଷଣ ପଣ୍ଡା, ରୀନା ପାଢ଼ୀ, ମାମି ବେହେରା, ସକୁନ୍ତଳା, ସୁରେଶ ଚନ୍ଦ୍ର ବରାଡ଼, ଶ୍ରୀନିବାସ ପାତ୍ର, ଦୁର୍ଗା ଚରଣ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ପୁଷ୍ଟିକର ଖାଦ୍ୟ ସହ ଆବଶ୍ୟକୀୟ ଔଷଧ ବଣ୍ଟନ କରାଯାଇଥିଲା । ଆଶ୍ରମ ର ବରିଷ୍ଠ ସଦସ୍ୟ ଶିବରାମ ଚୌଧୁରୀ ଙ୍କ ମହାନ ଆତ୍ମା ର ସଦ୍ଗତି କାମନା କରି ସମସ୍ତ ମନ୍ତ୍ର କରାଯାଇଥିଲା। ଏହି ଦିବ୍ୟ କାର୍ଯ୍ୟକ୍ରମ ରେ ମମତା ମହାପାତ୍ର, ଶାରଦା ଦାସ, ରବିନ୍ଦ୍ର ନାଥ ଦାସ, ପ୍ରବିଣା ମିଶ୍ର, ମମତା ପ୍ରଧାନ, ମହାଲକ୍ଷ୍ମୀ ବେହେରା, ପ୍ରମିଳା ମହାରଣା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଏଠାରେ ନବ ବର୍ଷର କ୍ୟାଲେଣ୍ଡର ଅଞ୍ଚଳ ର ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।

ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ଼

    Related News

    Follow Us