Search
Close this search box.

ଗାଁଠାରୁ ସହର ସଂଯୋଗ ହିଁ ଗ୍ରାମାଞ୍ଚଳ ବିକାଶ ହେବ

0
SHARES
5
VIEWS

ନୂଆପଡା (sangharsatv) : ବିରବଲ ପ୍ରଧାନ:-ଗାଁଠାରୁ ସହର ସଂଯୋଗ ହିଁ ଗ୍ରାମାଞ୍ଚଳ ବିକାଶ ହେବ, ଏହି ମୂଳମନ୍ତ୍ର ନେଇ ଆରମ୍ଭ ହୋଇଛି କେନ୍ଦ୍ରର ପ୍ରଧାନମନ୍ତ୍ରୀ ସଡକ ଯୋଜନା । ହେଲେ ଏବେ ବି ଏହି ଯୋଜନା ଗ୍ରାମାଞ୍ଚଳରେ ଅପହଞ୍ଚ । ଏହି ଯୋଜନାରେ ପକ୍କା ରାସ୍ତା କରାଯାଉଥିବା ବେଳେ କିନ୍ତୁ ନୂଆପଡା ଜିଲ୍ଲା ବଡ଼ମହେଶ୍ବର ଗାଁରେ ଓଲଟା ରୂପ ଦେଖିବାକୁ ମିଳିଛି । ରାସ୍ତା କାମ ୧୫ ଦିନ ନପୁରୁଣୁ ପିଚୁ ଫାଟି ଆଁ କଲାଣି । ଏହି ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଜିଲ୍ଲା ସଦର ମହୁକମା ଠାରୁ ୬୦ କିମି ଦୂରତା ୩୫୩ ଜାତୀୟ ରାଜପଥ କଡରେ ଅବସ୍ଥିତ ବଡ଼ମହେଶ୍ବର ଗାଁ । ଗାଁ ଲୋକଙ୍କ ଗମନାଗମନ ଅସୁବିଧାକୁ ଦୃଷ୍ଟିରେ ରଖ୍ ସରକାର ୩୫୩ ଜାତୀୟ ରାଜପଥ ବଡ଼ମହେଶ୍ବର ଠାରୁ ରାଜାମୁଣ୍ଡା ୨ କିମି ୨୦୦ମିଟର ଦୂରତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କଲେ । ଏବଂ ୧ କୋଟି ୨୩ ଲକ୍ଷ ବ୍ୟୟ ଅଟକଳରେ ରାସ୍ତା ତିଆରି କଲେ । ହେଲେ ରାସ୍ତା କାମ ଶେଷ ହୋଇ ୧୫ ଦିନ ନପୁରୁଣୁ ପୁଡା ପୁଡା ପିଚୁ ହୋଇ ଉଠି ଯାଉଛି । କଲଭର୍ଟ କଂକ୍ରିଟ ହାତ ମାରିଲେ ଭାଙ୍ଗି ଯାଉଛି । ସ୍ଥାନେ ସ୍ଥାନେ ରାସ୍ତା ଦବିଯାଇ ପିଚୁ ଫାଟିଯାଉଛି । ଏଭଳି ନିମ୍ନ ମାନର ରାସ୍ତାକାମ ନେଇ ଗାଁଲୋକେ ପ୍ରଶ୍ନ ଉଠାଇବା ସହ ଏହାକୁ ପୁନଃ ନିର୍ମାଣ କରିବାକୁ ଦାବି କରିଛନ୍ତି ।ଏହି ଗାଁର ଲୋକମାନଙ୍କ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିକ ନଥିଲା । ଆଣ୍ଠୁଏ କାଦୁଅରେ ଯାତାୟତ କରୁଥିଲେ ପିଲାଠାରୁ ବୁଢା । ଫଳରେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗାଁ ଲୋକେ । ଏବଂ ଗାଁକୁ ପକ୍କା ରାସ୍ତା ଖଣ୍ଡିକପାଇଁ ସରକାର ପାଖରେ ଦୀର୍ଘ ବର୍ଷରୁ ବଡ଼ମହେଶ୍ଵର,ରାଜାମୁଣ୍ଡା ଗାଁଲୋକେ ଦାବୀ କରିଆସୁଥିଲେ । ଶେଷରେ ସରକାର ଗାଁ ଲୋକଙ୍କ ଦୁଃଖକୁ ଶୁଣି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲକରି ପିଚୁ ରାସ୍ତା ଖଣ୍ଡିକ ମଞ୍ଜୁର କଲେ ସତ ହେଲେ ଏବେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାସ୍ତା କାମ

    Related News

    Follow Us