Search
Close this search box.

କଳାବ୍ୟାଜପିନ୍ଧିରିଟେଲରଙ୍କବିକ୍ଷୋଭକେନ୍ଦ୍ର ଦେଉଛି ପାରିଶ୍ରମିକ ରାଜ୍ୟ ଚାପୁଛି

0
SHARES
76
VIEWS

ଯୋଡା, ୧୧ା୧୨ 🙁sangharsatv ) ବକେୟା ପାରିଶ୍ରମିକ ପାଇନଥିବା ପ୍ରତିବାଦ ସହିତ ବିଭିନ୍ନ ଦାବି ନେଇ ଯୋଡା ରିଟେଲର ସଂଘ ପକ୍ଷରୁ କଳା ବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘ ଅଭିଯୋଗ ମୁତାବକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ରିଟେଲରମାନେ ଖାଉଟି ସାମଗ୍ରୀକୁ କରୋନା ସମୟ ଠାରୁ ଆଜି ପର୍ଯ୍ୟନ୍ତ ସୁଚାରୁ ରୂପେ ବଣ୍ଟନ କରିଆସୁଥିଲେ ମଧ୍ୟ ସେମାନଙ୍କ ପାରିଶ୍ରମିକ ବାବଦକୁ ପାଉଣା ରାଜ୍ୟ ସରକାର ପୈଠ କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଅଧିନ ଏହି ଯୋଜନାରେ ରିଟେଲରଙ୍କ ବକେୟା ଅର୍ଥ ରାଶିକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାର ରିଟେଲରମାନଙ୍କୁ ଏହି ଅର୍ଥ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଏହା ସହିତ ରିଟେଲରମାନଙ୍କ ପାରିଶ୍ରମିକ ଅର୍ଥ ରାଶି ବୃଦ୍ଧି, ବକେୟା ଅର୍ଥ ରାଶି ପ୍ରଦାନ ଓ ସ୍ୱାସ୍ଥ୍ୟ ବିମାରେ ସାମିଲ ଆଦି ଦାବି ନେଇ ସର୍ବ ଭାରତୀୟ ଡିଲର ଫେଡେରେସନଙ୍କ ନିଷ୍ପତ୍ତି କ୍ରମେ ଏହି ବିକ୍ଷୋଭ ଚଳିତ ମାସ ଡିସେମ୍ବର ୧ ତାରିଖ ଠାରୁ ସମଗ୍ର ଦେଶରେ ଜାରି ରହିଛି । କରୋନା କଟକଣା ସମୟରେ ଅନେକ ରିଟେଲର କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଥିବା ବେଳେ ଏହାକୁ ଭୃକ୍ଷେପନ କରି ନିଜ ଜୀବନକୁ ବାଜି ଲଗାଇ ରିଟେଲରମାନେ ଖାଦ୍ୟ ସାମଗ୍ରୀ ବିତରଣରେ ସହାୟତା କରିଆସିଥିଲେ ମଧ୍ୟ ସରକାର ସେମାନଙ୍କ ପାଉଣା ପୈଠ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ରିଟେଲରମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହା ଡିସେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ରିଟେଲରମାନେ କଳା ବ୍ୟାଚ ପରିଧାନ କରି ଖାଉଟି ସାମଗ୍ରୀ ବିତରଣ କରିବେ । ୧୬ ଡିସେମ୍ବର ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକଲେ ଜାନୁୟାରୀ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଖାଉଟି ସାମଗ୍ରୀ ବିତରଣ ବନ୍ଦ କରିବା ସହିତ ୧୬ ଜାନୁୟାରୀରେ ସଂସଦ ଭବନ ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି । ଏଥିରେ ସର୍ବ ଭାରତୀୟ ସ୍ତରରେ ୫ଲକ୍ଷ ୩୮ହଜାର ରିଟେଲର ଯୋଗଦେବେ ବୋଲି ଜଣାପଡିଛି । ଏ ନେଇ ୧୧ ତାରିଖ ଅପରାହ୍ନରେ ଯୋଡାସ୍ଥିତ ଲକ୍ଷ୍ମୀପଡିଆ ଠାରେ ଯୋଡା ରିଟେଲରମାନେ ଏକତ୍ରିତ ହୋଇ କଳାବ୍ୟାଜ ପରିଧାନ କରି ଏକ ବୈଠକ ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ଯୋଡା ରିଟେଲର ସଂଘର ସଭାପତି ଏସ.କେ. ମହାନ୍ତି ଏବଂ ସମ୍ପାଦକ ପ୍ରମିଳା ପ୍ରସାଦଙ୍ଗ ସହ ଅନ୍ୟ ରିଟେଲରମାନେ ଯୋଗଦେଇ ସରକାରଙ୍କ ଏହି ପେଟମାରଣା ନୀତିକୁ ତୀବ୍ର ବିରୋଧ କରିଥିଲେ ।

    Related News

    Follow Us