।
Anc:- ଦର୍ଶକ ବନ୍ଧୁ ଆଜିବି ସମାଜରେ ବଞ୍ଚି ରହିଛନ୍ତି ଅନେକ ଯୌତୁକ ଲୋଭି ରାକ୍ଷସ ।
ଯୌତୁକ ପାଇ ଭୁଲି ଯାଉଛନ୍ତି ନିଜର ମାନବିକତା ଓ ଭୁଲି ଯାଉଛନ୍ତି ବେଦିରେ ବସି ଭଗବାନଙ୍କୁ ସାକ୍ଷୀ ରଖି କଥା ଦେଇଥିବା ସାତ ଜନମର ଯୁଗ ଯୁଗର ସ୍ବାମୀ ସ୍ତ୍ରୀର ସମ୍ପର୍କ କୁ ।
ଆଉ କଥା ଦେଇଥିବା ସମ୍ପର୍କକୁ ଯୌତୁକ ଲୋଭି ଶାଶୁ ଶଶୁର ଓ ଯୌତୁକ ରୁପି ରାକ୍ଷସ ସ୍ବାମୀ ଦାଉରୁ ରକ୍ଷା ପାଇବା ପାଇଁ ସ୍ତ୍ରୀ ନେଉଛି ଆଇନ ର ଆଶ୍ରୟ ।
ହଁ ଦର୍ଶକ ବନ୍ଧୁ ଏହିଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି କୁଦାନଗରୀ ଥାନା ଅଞ୍ଚଳରେ । ସୂଚନା ରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନ ଅଧୀନ ମଧୁଶାସନ ଗ୍ରାମର ଫକୀର ବେହେରା ଓ ପ୍ରମିଳା ବେହେରାଙ୍କ ପୁତ୍ର ଗୌରାଙ୍ଗ ବେହେରା ଙ୍କୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜିଗିନିପୂର ଗ୍ରାମର ରବିନ୍ଦ୍ର ବେହେରା ଝିଅ ଧରିତ୍ରୀ ବେହେରା ପାଞ୍ଚ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ବର୍ତ୍ତମାନ ଧଟିତ୍ରୀଙ୍କର ଏକମାତ୍ର ଚାରି ବର୍ଷର ଶିଶୁକନ୍ୟା ଅଛନ୍ତି । ବିବାହର ପାଞ୍ଚ ବର୍ଷ ପୂରଣ ହୋଇଥିଲେ ବି ଧରିତ୍ରୀ ବିବାହର ମାସ କେତେଟା ପରଠୁ ଆଜି ପର୍ଯ୍ୟନ୍ତ ଯୌତୁକ ଲୋଭି ଶାଶୁ, ଶଶୁର ଓ ସ୍ଵାମୀଙ୍କ ଦ୍ଵାରା ବିଭିନ୍ନ ସମୟରେ ମାଡ଼ ଗାଳି ସହ ବିଭିନ୍ନ ଶାରୀରିକ ଓ ମାନସିକ ନିର୍ଯାତିତ ହେଉଛନ୍ତି । ହେଲେ ଆଜି ପରିସ୍ଥିତି ଥିଲା ସଂପୂର୍ଣ୍ଣ ଅଲଗା ସ୍ବାମୀ ଗାଧେଇବା ପାଇ ଗରମ ପାଣି କରି ସଠିକ୍ ସମୟରେ ନ ଦେଇ ପାରିବାରୁ ଧରିତ୍ରୀ କୁ ସ୍ବାମୀ ଶାଶୁ ଓ ଶଶୁର ମାଡ଼ ମାରି ଲହୁ ଲୁହାଣ କରିଥିଲେ ଓ ସ୍ବାମୀ ଶେଷରେ ଧରିତ୍ରୀଙ୍କ ମୁହଁକୁ ଖଟ ବାଡ଼ରେ ବାଡେଇ ତାଙ୍କର ନାକ କୁ ଫଟାଇ ଦେଇଛନ୍ତି । ଏହି ଖବର ଧରିତ୍ରୀ ତାଙ୍କ ବାପାଙ୍କୁ ଜଣାଇଥିଲେ ବାପା ପହଞ୍ଚି ଝିଅକୁ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସିତ କରାଇଥିଲେ । ପରେ ପରେ ଧରିତ୍ରୀ ନିଜକୁ ଅସହାୟ ଓ ନ୍ୟାୟ ପାଇବା ନେଇ ନିକଟସ୍ଥ କୁଦାନଗରୀ ଥାନାରେ ସ୍ୱାମୀ , ଶାଶୁ ଓ ଶଶୁରଙ୍କ ନାମରେ ଯୌତୁକ ନିର୍ଯାତନା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ କୁଦାନଗରୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଥର ଦେଖିବାକୁ ବାକି ରହିଲା ନିରୀହ ଧରିତ୍ରୀ କୁ କୁଦାନଗରୀ ପୋଲିସ କି ପ୍ରକାର ଆଇନ ପ୍ରଦାନ କରୁଛି । ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,