ହାଇଟେକ ମେଡିକାଲ ଦାୟୀ
ଜୀବିତ ଅଛନ୍ତି ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ପ୍ରେସମିଟ୍ । ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ପ୍ରେସମିଟ କରି କହିଲେ ମେଡ଼ିକାଲ କର୍ତ୍ତୃପକ୍ଷ । ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି ବୋଲି ସୂଚନା
ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଓ ଶ୍ୱଶୂର ଘର । କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦିଲ୍ଲୀପ ବଞ୍ଚିଥାଉ ଥାଉ ତାଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଅନ୍ୟପଟେ ଏଭଳି ଚାଞ୍ଚଲ୍ୟକର, ଚିନ୍ତାଜନକ, ଦୁଃଖଦ ଓ ଉଦବେଗଜନକ ଖବର ସାମ୍ନାକୁ ଆସିବା ପରେ, ଉଠୁଛି ଅନେକ ପ୍ରଶ୍ନ । ମୃତକ ଚିହ୍ନଟରେ ଏଭଳି ଗୁରୁତର ତ୍ରୁଟି ହେଲା କେମିତି ? କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?
ଘଟଣା ପଛରେ କାହାର ଅବହେଳା, ଏଥିପାଇଁ ଦାୟୀ କିଏ ? କାହା ଭୁଲ୍ ପାଇଁ ଅକାରଣରେ ଚାଲିଗଲା ଆଉ ଗୋଟିଏ ଜୀବନ ? ନଷ୍ଟ ହୋଇଗଲା ପୁରା ପରିବାର .. ଦିଲ୍ଲୀପ ସାମନ୍ତରାୟଙ୍କ ପତ୍ନୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ହସ୍ପିଟାଲ କର୍ତ୍ତୃପକ୍ଷ, ଆଉଟସୋର୍ସିଂ ଏଜେନ୍ସି ନା ପରିବାରବର୍ଗ ? ଯଦି ମୃତଦେହ ଚିହ୍ନଟ ହୋଇପାରୁନଥିଲା, ଡିଏନଏ ଟେଷ୍ଟ କରାଗଲାନି କାହିଁକି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ