Search
Close this search box.

ସେଲୁନ ରେ ନକଲି କସମେଟିକ ବ୍ୟବହାର ଯୋଗୁଁ ଚର୍ମ ରୋଗ ବ୍ୟାପୁଛି !

0
SHARES
24
VIEWS

ଆସିକା :୧୦-୧୨ ଆସିକା ତଥା ଏହାର ଆଖପାଖ ଅଞ୍ଚଳ ରେ କେତେକ ସେଲୁନ ରେ ବିଭିନ୍ନ ବ୍ରାଣ୍ଡ ର ନକଲି କସମେଟିକ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ନାମିଦାମୀ କମ୍ପାନୀର ନକଲି କସମେଟିକ ର ପେଣ୍ଠ ସ୍ଥଳି ପାଲଟିଛି ଏବେ ଆସିକା। ନକଲି ସେଭିଙ୍ଗ କ୍ରିମ, ବ୍ଲିଚପାଇଁ ନକଲି କେମିକାଲ ବ୍ୟବହାର ଯୋଗୁଁ ଚର୍ମରୋଗୀ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ଆଜି କାଲି ଯୁବ ପୀଢ଼ି ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ସେଲୁନ କୁ ଯାଇ ଏହି ନକଲି କସମେଟିକ ର ଶିକାର ହେଉଛନ୍ତି। ଏହା ସହ ଆଜି କାଲି ର ଖାଦ୍ୟ ପଦାର୍ଥ ରେ ରାସାୟନିକ ସାମଗ୍ରୀ ବ୍ୟବହାର ଯୋଗୁଁ କମ ବୟସରେ ଯୁବପୀଢ଼ି ମାନଙ୍କ ମୁଣ୍ଡ ର ଚୁଟିଧଳା ହେଉଛି। ସେଲୁନ କୁ ଚୁଟି କକା କରିବାକୁ ଗଲେ ରାୟପୁର ରୁ ନକଲି ଆୟୁର୍ବେଦିକ ନାମକ ଡାଇ ଆଣି ବ୍ୟବହାର କରୁଥିବା ଯୋଗୁଁ ଆଲର୍ଜି ହୋଇ ମୁହଁ ଫୁଲି ଯାଉଥିବାର ନଜିର ରହିଛି। ଆଜିକାଲି ଫା, ସା, ଗା ବିଭିନ୍ନ ନାମରେ ନାମରେ ସେଲୁନ ଖୋଲି ଲୋକଙ୍କୁ ଭୁଆଁ ଭୁଲାଇ ଠକୁଥିବା ଅଭିଯୋଗ ହେଉଛି। ଯେଉଁ ସବୁ ସେଲୁନ ରେ ଏହି ନକଲି କସମେଟିକ କାରବାର ହେଉଛି ସେହି ସେଲୁନ ଉପରେ ଚଢ଼ାଉ କରିଲେ ଅସଲି ଟଙ୍କା ନେଇ ନକଲି ବେପାର ର ପର୍ଦ୍ଧା ଫାଶ ହେବ।

    Related News

    Follow Us