ବାଲିଘାଟ ପାଇଁ ଆସିଲା ଗାଇଡ୍ଲାଇନ୍: ବାଲି ଖୋଳିବାରେ ବ୍ୟବହାର ହେବ ମେସିନ୍,ଚାହିଦା-ଯୋଗାଣକୁ ନେଇ କରାଯିବ ଆକ୍ସନ ପ୍ଲାନ୍
ବାଲିଘାଟକୁ ନେଇ ହାଇକୋର୍ଟ ଙ୍କ ଛାଟ ବାଜିବା ପରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବାଲିଘାଟ ପରିଚାଳନା ନେଇ ତତ୍ପରତା ପ୍ରକାଶ ପାଇଛି, ବାଲିଘାଟ କିପରି ଏଣିକି ବାଲି ଉତ୍ତୋଳନ କରାଯିବ ସେ ନେଇ ଏକ ବିଜ୍ଞପନ ଜାରି କରାଯାଇଛି, ବିଶେଷ କରି ବାଲିଘାଟ ରୁ ମେସିନ ଜରିଆରେ ବାଲି ଉତ୍ତୋଳନ କୁ ବନ୍ଦ କରାଯିବା ବେଳେ ଏହି ଏହି ନିୟମ କୁ ସବୁ ଜିଲ୍ଲା ଲାଗି ଏକ ନିୟମ ଲାଗୁ କରାଯାଇଛି, ସେହି ଅନୁସାରେ ବର୍ଷ କୁ କେତେ ବାଲି ଘାଟରୁ ବାଲି ଉଠେଇ ହେବ ତାହା ନିଷ୍ପତି କରାଯିବ, ଏଥିପାଇଁ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଆଠ ଜଣିଆ କମିଟି ଗଠନ ହେବ ମୁଖ୍ୟତ ଗାଁ ଓ ସହର ର ରାସ୍ତା କୁ ଚୟନ କରାଯିବ ଓ ଏପରି କି ଗାଁ ଓ ଜନବସତୀ ଅଂଚଳ ଦେଇ ବାଲି ଗାଡି ଆସୁନଥିବ ଓ ଯେଉଁ ଅଂଚଳ ରୁ ବାଲି ଘାଟ ନିଲାମ ହେବ ସେ ନେଇ ଖୁଣ୍ଟି ପୋତା ଯାଇ ଚି଼ହ୍ନଟ କରାଯିବ, ବାଲିଘାଟ ଲିଜ ଧାରିକ ଲାଗି ପରିବେଶ ଅନୁମତି ନିହାତି ଜରୁରୀ ଏବଂ ପ୍ରତେକ ଜିଲ୍ଲା ରେ ଅଭିଯୋଗ ପ୍ରକଷ୍ଟ ରହିବ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ