ଚଢ଼ାଉ ବେଳେ ଖଣି ଅଧିକାରୀ ଜଗନ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖଣି ମାଫିଆଙ୍କ ଆକ୍ରମଣରେ ଜଗନ ଲହୁଲୁହାଣ ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ଟାଉନ ଥାନା ଅନ୍ତର୍ଗତ ଶରଧାପୁର ନିକଟ ଗୁଡୁମ ଜକରା ଖଣିରେ ବେଆଇନ ପଥର କଟାଯାଉଥିବା ଖବରପାଇ ଜଗନ ଚଢାଉ କରିଥିଲେ। ଏହି ସମୟରେ ତାଙ୍କୁ ୭ ରୁ ୮ ଜଣ ଦୁବୃର୍ତ୍ତ ଓ ମାଫିଆ ମାଡମାରି ପଥର ଖଣିରେ ପକାଇ ଦେଇଥିଲେ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି,
ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ