ଧିରେ ଧିରେ ହଜିଯାଉଛି ନଦୀ । ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳ ଦେଇ ପ୍ରବାହିତ ନଦୀ ନିଜର ସତା ହରାଉଛି । ପୂର୍ବରୁ ବର୍ଷ ତମାମ୍ ନଦୀରେ ଜଳସ୍ରୋତ ଲାଗି ରହୁଥିଲା । ଏବେ କିନ୍ତୁ ପାଣି ତ ଦୁରର କଥା ବାଲି ମଧ୍ୟ ଦେଖାଯାଉନାହିଁ । ବାଲି ଚୋରା ଚାଲାଣ ହେତୁ ନଦୀ ଗୁଡ଼ିକ ନାଳ ପାଲଟିଯାଇଥିବା ଅଭିଯୋଗ ହୋଇଛି । ନଦୀଶଯ୍ୟା ସଂକୋଚିତ ହେବାରୁ ବର୍ଷା ଦିନେ ବନ୍ୟା ଆସିଲେ, ନଦୀ ଗତି ବଦଳାଇବାର ଆଶଙ୍କା କରି ଚିନ୍ତାରେ ପଡିଯାଇଛନ୍ତି ନଇକୂଳିଆ ଲୋକ ।
। ଏହି ନଦୀରେ ୧୦ ପୁଂଟ ଉଚ୍ଚର ବାଲି ରହୁଥିବାରୁ ବାଲିରୁ ପାଣି ଝରି ନଦୀ କେବେ ଶୁଖୁନଥିଲା । ହେଲେ ବାଲି ଚୋରା ଚାଲାଣ ଓ ମାଟି ମାଡି଼ଯିବାରୁ କାଶତଣ୍ଡି ଓ ଅନାବାନା ଗଛରେ ନଦୀଶଯ୍ୟା ପୋତି ହୋଇଯାଉଛି । ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିବାରୁ ନଦୀ ଦିଗହରା ହୋଇଛି । ଯାଜପୁର ସହରକୁ ଚାରିପଟୁ ଘେରି ରହିଛି ନଦୀ, ନଦୀ ପୋତି ହୋଇଯିବାରୁ ଜଳସେଚନ ବିଭାଗ ପକ୍ଷରୁ ସଫେଇ କରାଯାଉଛି, ହେଲେ ତାକା କେବଳ କାଗଜ କଲମରେ ଚାଲିଥିବା ଯାଜପୁର ବାସୀ ଅଭିଯୋଗ କରିଛନ୍ତି ।ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ