ଯୋଡ଼ା ୦୧/୦୩ (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ଗୋବର୍ଧନପୁର ଗ୍ରାମରେ ଅବସ୍ଥିତ କ୍ରାକର୍ଷ ଇଣ୍ଡିଆ ( ଆଲୋଏଜ ) ଲିମିଟେଡ଼ କମ୍ପାନୀ ସମ୍ପ୍ରସାରଣ ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁକ୍ରବାର ଅପରାହ୍ନ ୪ ଘଟିକା ୩୦ ମିନିଟ ସମୟରେ ଭିଡିଓ କନଫରେନସ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କମ୍ପାନୀ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାଟିକୁ କମ୍ପାନୀର ସାଧାରଣ ପରିଚାଳକ ପରିଚାଳନା କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଚମ୍ପୁଆ ଅତିରିକ୍ତ ଜିଲ୍ଲାପାଳ ସୁକାନ୍ତ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ , ଯୋଡ଼ା ଟ୍ରକ ମାଲିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ବାରିକ , ୨୮ ନମ୍ବର ଯୋନ ଜିଲ୍ଲାପାରିଷଦ ଡମ୍ବରୁଧର କୁଦାଦା , କ୍ରାକର୍ଷ ଇଣ୍ଡିଆ ଅଧକ୍ଷ ଦୁଃଶାସନ ସାହୁ , ଦେଓଝର ସରପଞ୍ଚ ଧ୍ରୁବ ଚରଣ ନାଏକ,ସମିଟିସଭ୍ୟା ଲଷ୍ମୀ ମୁଣ୍ଡା, ଯୋଡ଼ା ପୌରପାଳିକା ଅଧକ୍ଷ ଜଗଦୀଶ ପ୍ରସାଦ ସାହୁ ,ବିରିକଳା ସମିତିସଭ୍ୟ ଜ୍ଞାନ ରଞ୍ଜନ ଖୁଣ୍ଟିଆ , ପୂର୍ବତନ ସରପଞ୍ଚ ମଙ୍ଗଲ ମୁଣ୍ଡା , ପୂର୍ବତନ ସମିତିସଭ୍ୟ ଯୁଧିଷ୍ଠିର ପଲେଇ, ସମାଜସେବୀ ଲଷ୍ମଣ ବାରିକ,ଶ୍ରମିକ ନେତା ବିର ନାଏକ , କମ୍ପାନୀର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଦୀର୍ଘ ୨୦ ବର୍ଷ ହେବ ଏହି କମ୍ପାନୀ ସ୍ଥାନୀୟ ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିଆସିଛି । ଉକ୍ତ କମ୍ପାନୀ ଏକ ପାୱାର ପ୍ଲାଣ୍ଟ ନିର୍ମାଣ ନିମନ୍ତେ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ଏ ଅଂଚଳରେ ଥିବା କମ୍ପାନୀ ଗୁଡିକ ମଧ୍ୟରୁ କ୍ରାକର୍ଷ ଇଣ୍ଡିଆ କମ୍ପାନୀ ସବୁସମୟରେ ସାମଗ୍ରିକ ବିକାଶ ଓ ପାରିପାର୍ଶ୍ବିକ ଉନ୍ନତି ପ୍ରତି ଧ୍ୟାନ ଦେଇ ଆସୁଥିବାରୁ ସରକାର ଗତ ଫେବୃଆରୀ ୨୮ ତାରିଖ ଦିନ ପାୱାର ପ୍ଲାଣ୍ଟର ଭିତି ପ୍ରସ୍ତର ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରିଥିଲେ । କମ୍ପାନୀ ପକ୍ଷରୁ ସରକାରଙ୍କ ନିୟମ ପାଳନ କରିବାକୁ ଯାଇ ଆଜି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଦେଓଝର ଓ ବିରିକଳା ପଂଚାୟତର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ କମ୍ପାନୀକୁ ସମର୍ଥନ କରିବା ସହିତ ଆଗାମୀ ଦିନରେ କମ୍ପାନୀର ଉନ୍ନତି କାମନା କରିଥିଲେ । କମ୍ପାନୀ ଏହି ପ୍ଲାଣ୍ଟରୁ ବାର୍ଷିକ ୫.୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ ରଖିଥିବା ବେଳେ ୨ x ୧୦ଟି ଇଣ୍ଡକ୍ସନ ଫରନେସ ଓ ୦.୧ ମିଲିଅନ ଟନ ଲୁହାଛଡ଼ ଉତ୍ପାଦନ କରିବାର ଲକ୍ଷ ରଖିଛି । କମ୍ପାନୀ ସବୁ ସମୟରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦେଇ ଆସିଛି । କମ୍ପାନୀ ସମ୍ପ୍ରସାରଣ ହେଲେ ପାଖାପାଖି ୨୫୦ ଜଣ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆସିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କମ୍ପାନୀର ସାଧାରଣ ପରିଚାଳକ ବିକାଶ ଭାନୁ ଦାସ କହିଥିଲେ । ଚମ୍ପୁଆ ମାଟିର ସୁଯୋଗ୍ୟ ସନ୍ତାନ,ବିଶିଷ୍ଠ ବ୍ୟବସାୟୀ,ଶିଳ୍ପପତି ଶ୍ରୀନିବାଶ ସାହୁଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଏ ଅଞ୍ଚଳର ଲୋକଙ୍କ ପ୍ରତି ଥିବା ଭଲପାଇବା ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇ ପାରିଛି , ଆଗାମୀ ଦିନରେ ତାଙ୍କର ଉନ୍ନତି ଆମର କାମନା ବୋଲି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ କହିଥିଲେ ।