ସୀତାରାମ ୟେଚୁରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଦିଲ୍ଲୀ ସ୍ଥିତ ଏମ୍ସରେ ଚାଲିଛି। ସେ ନିଜେ ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନାହାନ୍ତି। ତେଣୁ ତାଙ୍କୁ ମେସିନ ଦ୍ୱାରା ଆବଶ୍ୟକ ଅମ୍ଳଜାନ ଯୋଗାଇ ଦିଆଯାଉଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
୭୨ ବର୍ଷୀୟ ୟେଚୁରୀଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।