Search
Close this search box.

କଂଗ୍ରେସ ସାଂସଦ ପ୍ରାର୍ଥୀ ଦେବକାନ୍ତ ଜୋରଦାର ପ୍ରଚାର “ଆସିକା ନିର୍ବାଚନ ମଣ୍ଡଳୀର ଭୋଟର ଚାହାଁନ୍ତି ପରିବର୍ତ୍ତନ”

0
SHARES
20
VIEWS

ଆସିକା 11/୦5- ଆସିକା ରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା ଜୋରସୋର ପ୍ରଚାରରେ ଲାଗିପଡିଛନ୍ତି l ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି (ପଶ୍ଚିମ ) ତଥା ପିତା ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ଶର୍ମା ଙ୍କ ପୁଅ ଦେବକାନ୍ତ ଜଣେ ଉଚ୍ଚ ଶିକ୍ଷିତ ତଥା ଯୁବ ଆଇନ ଜିବି ଅଟନ୍ତି l ଆସିକା ସାଂସଦୀୟ କ୍ଷେତ୍ର ରେ କଂଗ୍ରେସ ପକ୍ଷରୁ ଯୁବ ଆଇନଜୀବୀ ଦେବକାନ୍ତ ଶର୍ମା ନିଜ ଶହ ଶହ ସମର୍ଥକ ମାନଙ୍କ ସହିତ ଆସିକା ସାଂସଦୀୟ କ୍ଷେତ୍ରର ସାତୋଟି ନିର୍ବାଚନ ମଣ୍ଡଳୀର ପଂଚାୟତ ରୁ ପଂଚାୟତ, ବ୍ଲକ ରୁ ବ୍ଲକ ସବୁଠି ବୁଲି ହାତ ଚି଼ହ୍ନ କୁ ଭୋଟ ଦେବେକୁ ଭୋଟ ଭିକ୍ଷା କରୁଛନ୍ତି l ନିଜ ର ମୁଖ୍ୟ ମୁଦ୍ଦା ବିଗତ ୨୪ ବର୍ଷ ରେ ବିଜେଡି ଓ କେନ୍ଦ୍ରରେ 0୯ ବର୍ଷ ର ବିଜେଡି, ବିଜେପି ମେଣ୍ଟ ରେ ଚାଲିଥିବା ଶାସନ ଓଡ଼ିଶାରେ ଯାହା କରିନାହାନ୍ତି ତାହା ଚଳିତ ନିର୍ବାଚନ ରେ କଂଗ୍ରେସ କ୍ଷମତା କୁ ଆସିଲେ ଗ୍ୟାରେଣ୍ଟି ଇସ୍ତାହାର ଅନୁସାରେ କାମ କରିବ ବୋଲି ପ୍ରାଥୀ ମାନେ ଭୋଟର କୁ ପ୍ରତିଶୁତି ଦେଇଛନ୍ତି ଦେବକାନ୍ତ l କଂଗ୍ରେସ ସରକାର ଗଢିଲେ ଚାଷୀ ମାନଙ୍କୁ କୃଷି ଋଣ ଛାଡ଼, ଚାଷୀକୁ ମାସକୁ ୦୨ ହଜାର ପେନସନ ଓ ଧାନ କୁଇଣ୍ଟାଲ ପିଛା ତିନି ହଜାର ଟଙ୍କା ଦେବ, ଘରୋଇ ଉପଭୋକ୍ତା ପାଇଁ ୨୦୦ ୟୁନିଟ ବିଦ୍ୟୁତ ମାଗଣା,ବେକାରୀ ଭତ୍ତା ତିନି ହଜାର ଟଙ୍କା ସହ ପଞ୍ଚ ଲକ୍ଷ ଯୁବକକୁ ନିଯୁକ୍ତି, ମହିଳା ସ୍ୱୟଂ ସହାୟକ ଦଳ ର ଋଣ ଛାଡ଼, ଗୃହ ଲକ୍ଷ୍ମୀ ଯୋଜନାରେ ମହିଳା ମୁଖ୍ୟ କୁ ୦୨ ହଜାର ଟଙ୍କା, ପ୍ରତି ଘରକୁ ପାଞ୍ଚ ସହ ଟଙ୍କା ରେ ଗ୍ୟାସ ସିଲିଣ୍ଡର ଯୋଗାଇବା, ବାର୍ଦ୍ଧକ୍ୟ ଭତ୍ତା ଦୁଇ ହଜାର ଟଙ୍କା ର ବ୍ୟବସ୍ତା, ଏବଂ ଚିଠ ଫଣ୍ଡ ଜମାକାରୀ ମାନଙ୍କୁ ୦୬ ମାସ ମଧ୍ୟରେ ଟଙ୍କା ଫେରସ୍ତ ଭଳି ଦଶ ଗୋଟି ଇସ୍ତାହାର ପତ୍ର ରେ ଦିଆଯାଇଥିବା ପ୍ରତିଶୃତି ପାଳନ କରିବ ଦଳ l ଲୋକ ମାନେ ଏଥର ନିଶ୍ଚୟ ପରିବର୍ତ୍ତନ କରିବେ ବୋଲି ସାସଂଦ ଦୃଢ ଆଶାବାଦୀ ଅଛନ୍ତି ଦେବକାନ୍ତ l ପ୍ରକାଶ ଥାଉକି ଚା ଖଟି ହେଉ ଵା ସାହି ଗଳିରେ ବର୍ତ୍ତମାନ ଦେବକାନ୍ତ ଏହିଥର ବିରୋଧୀଙ୍କ ଉପରେ ଭାରି ପଡିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି l ଅନ୍ୟ ଦୁଇ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀନୀ ବିଜେଡି ର ରଞ୍ଜିତା ସାହୁ ଓ ବିଜେପିର ଅନିତା ସୁଭଦର୍ଶିନୀ ଙ୍କୁ ଆସିକା ଲୋକସଭା ଆସନରେ ଆଜିପର୍ଯ୍ୟନ୍ତ ଭୋଟର ଦେଖିବାକୁ ପାଇନାହାନ୍ତି l ଏହିପରି ସ୍ଥଳେ ଦେବକାନ୍ତ ଲୋକସଭା ମଣ୍ଡଳୀର ପ୍ରତେକ ଗ୍ରାମରେ ବର୍ତ୍ତମାନ ଯୁବାବର୍ଗଙ୍କ ଆଇକନ ପାଲଟିସାରିଲେଣି l

    Related News

    Follow Us